ଗଲୱାନ ଘାଟି ସଂଘର୍ଷର, ଗୁମର ଖୋଲିଲା ଆମେରିକା ଗୁଇନ୍ଦା ସଂସ୍ଥା । ଚାଞ୍ଚଲ୍ୟ ଲ୍ୟକର ତଥ୍ୟରେ କହିଲା ଯୋଜନାବଦ୍ଧ ଭାବେ କିଏ କରିଥିଲା ଆକ୍ରମଣ? ଦେଖନ୍ତୁ କ’ଣ କହିଲା ଆମେରିକା…

1,811

କନକ ବ୍ୟୁରୋ: ଗଲୱାନ ଘାଟିରେ କେମିତି ହୋଇଥିଲା ଆକ୍ରମଣ । କାହା ଇସାରାରେ ଚାଇନା ସେନା କରିଥିଲା ଆକ୍ରମଣ । ଏହି ପ୍ରଶ୍ନର ଉତର ଖୋଜା ଚାଲିଥିବା ବେଳେ ଆମେରିକା ଗୁଇନ୍ଦା ରିପୋର୍ଟ ଦେଇଛି ଚାଂଚଲ୍ୟକର ତଥ୍ୟ । ଏହି ରିପୋର୍ଟ ମୁତାବକ ବେଜିଂଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ଯବାନଙ୍କ ଉପରେ ଡ୍ରାଗନ ସେନା କରିଥିଲା ଏହି ଭୟାନକ ଆକ୍ରମଣ । ଚାଇନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ମୁଖ୍ୟ ଜେନେରାଲ ଝାଓ-ଜୋନ-କି ଏବଂ ପିପୁଲସ ଲିବରେସନ ଆର୍ମିରେ ଏବେ ବି କାର୍ଯ୍ୟରତ କିଛି ଅଧିକାରୀ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଝାଓ କହିଥିଲେ, ଆମେରିକା ଏବଂ ନୂଆଦିଲ୍ଲୀ ନିକଟରେ ଚାଇନା ନିଜକୁ ଦୁର୍ବଳ ଅନୁଭବ ନକରିବା ଦରକାର । ଏବଂ ଗତ ସପ୍ତାହର ଲଢେଇ କରିବାର ଉଦ୍ଦେଶ୍ୟ ଥିଲା ଭାରତକୁ ଏକ ଶିକ୍ଷା ଦେବା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଆକ୍ରମଣ ପଛର କାରଣ ଦୀର୍ଘଦିନ ଧରି ସୀମାରେ ଲାଗିରହିଥିବା ଉତେଜନା ନୁହେଁ ବରଂ ଅଭାରତ ଆଗରେ ଚୀନର ଶକ୍ତି ପ୍ରଦର୍ଶନ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

କିନ୍ତୁ ଚିନର ଏହି ଯୋଜନା ବୁମେରାଂ ସାବ୍ୟସ୍ତ ହୋଇଥିଲା । କାରଣ ଏହି ଘଟଣାକୁ ନେଇ ଭାରତରେ ଚିନ ବିରୋଧରେ ବିଦ୍ରୋହ ଦେଖାଗଲା । ଚୀନ ସାମଗ୍ରୀକୁ ଲୋକେ ରାଜରାସ୍ତାରେ ପୋଡିବା ଆରମ୍ଭ କଲେ । ଉଭୟ ଦେଶର ବ୍ୟବସାୟିକ ସମ୍ପର୍କକୁ ମଧ୍ୟ ଏହା ବିପଦ ମଧ୍ୟକୁ ଟାଣିଆଣିଲା । ଚାଇନା ମୋବାଇଲକୁ ନଷ୍ଟ କରିବା ସହିତ ଟିକଟକ ଆପକୁ ଡିଲିଟ କରିବା ଆରମ୍ଭ କରିଦେଲେ ଲୋକେ । ତେବେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ , ଚୀନ ରାଷ୍ଟ୍ରପତି ଜିନ-ପିଙ୍ଗଙ୍କ ଏହି ନିଷ୍ପତି ପଛରେ କେତେ ହାତ ରହିଛି ।