ଭାରତର କଡ଼ା ନିଷ୍ପତ୍ତି ପରେ ବ୍ୟାକଫୁଟରେ କାନାଡ଼ା : ନିଜେ ରଚିଥିବା ଷଡ଼ଯନ୍ତ୍ରରେ ଫସିଲା,କାନାଡାବାସୀଙ୍କ ଭିସା ବାତିଲ

298

କନକ ବ୍ୟୁରୋ : ଭାରତ-କାନାଡା ବିବାଦ ଭିତରେ ବ୍ୟାକଫୁଟକୁ ଚାଲିଯାଇଛି କାନାଡା । ନିଜେ ରଚିଥିôବା ଷଡଯନ୍ତ୍ରରେ ନିଜେ ଫଶିଯାଇଛି କାନାଡା । ଖଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରଙ୍କ ହତ୍ୟା ଭାରତୀୟ ଏଜେଣ୍ଟ କରିଥିବା କହିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଅନ୍ତର୍ଜାତୀୟ ସ୍ଥରରେ ଭାରତର ଛବି ମଳିନ କରିବାକୁ କାନାଡା ଏଭଳି ଷଡଯନ୍ତ୍ର କରିବା ସହ କାନାଡାରେ ଅବସ୍ଥାପିତ ଭାରତୀୟ ଦୂତକୁ ବହିସ୍କାର କରିଥିଲା । ପରେ ଭାରତ ଜେସାକୁ ତେସା ନୀତିରେ ଭାରତରରେ ଅବସ୍ଥାପିତ କାନାଡା ଦୂତଙ୍କୁ ବହିସ୍କାର କରିଥିଲା । ଏହାପରେ ଭାରତରେ ରହୁଥିବା ନିଜ ଦେଶର ନାଗରିକ ପାଇଁ ସତର୍କତା ଜାରି କରିଥିଲା କାନାଡା ।

ଭାରତ ମଧ୍ୟ ସମାନ ସତର୍କତା ଜାରି କରିଛି । କାନାଡା ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଥିବା ଭାରତ କହିଥିଲା । ଭାରତୀୟମାନେ ସେଠାରେ ସୁରକ୍ଷିତ ନଥିବା ବୈଦେଶିକ ମନ୍ତ୍ରାଳୟ କହିଥିଲା । ଏହାପରେ କାନାଡା ନାଗରିକଙ୍କୁ ଭିସା ବ୍ୟବସ୍ଥାକୁ ବାତିଲ କରିବା ସହ ନାଗରିକଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଭାରତ ସରକାର । ଏହି କୂଟନୈତିକ ଚାଲ ଏବେ କାନାଡାକୁ ଚାପରେ ପକାଇଦେଇଛି । ବିଶ୍ୱ ଆଗରେ ଭାରତର ଛବି ମଳିନ କରିବାକୁ ଚାହୁଁଥିବା କାନାଡାର ଛବି ପ୍ରଭାବିତ ହେବାରେ ଲାଗିଛି । ଆତଙ୍କବାଦୀ ବିରୋଧରେ ସାରା ବିଶ୍ୱ କାର୍ଯ୍ୟ କରୁଥିବା ବେଳେ କାନାଡାର ଆତଙ୍କବାଦୀ ପ୍ରିତିକୁ ନେଇ ଅନ୍ୟ ଦେଶମାନେ ମଧ୍ୟ ଆପତ୍ତି ଉଠାଇଛନ୍ତି ।