ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ । ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କୁ ସୁଯୋଗ । 

171

କନକ ବ୍ୟୁରୋ: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଖେଳାଯିବ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦ । ଯେଉଁଥିରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି  ନେଇଛି । ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପରାସ୍ତ ହୋଇଥିବାରୁ ଏହି ମ୍ୟାଚରେ ବିରାଟ ବାହିନୀ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷାନଙ୍କୁ ସୁଯୋଗ ମିଳିବ । 

ଅନ୍ୟପଟେ ପ୍ରଥମ ମ୍ୟାଚରେ ବିଜୟୀ ହେବା ସହିତ ଇଂଲଣ୍ଡ ଦଳ ଆଜି ଦୃଢ ମନୋବଳ ସହ ପଡିଆକୁ ଓହ୍ଲାଇବ । ସେପଟେ ବିରାଟ ବାହିନୀ ପ୍ରଥମ ମ୍ୟାଚର ପ୍ରତିଶୋଧ ସହ ଦ୍ୱିତୀୟ ମ୍ୟାଚକୁ ଜିତି ସିରିଜକୁ ୧-୧ ସ୍ଥିତିକୁ ଆଣିବାକୁ ରଣନୀତି ପ୍ରସ୍ତୁତ କରିଛି । 

ତେବେ ଭାରତ ପାଇଁ ଓପନିଂ ବ୍ୟାଟ୍ସମ୍ୟାନଙ୍କ ଗୁରୁତ୍ୱ ବଢିଯାଇଛି । ଯଦି ଆରମ୍ଭରୁ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ଆରମ୍ଭ କରନ୍ତି, ତେବେ ଦଳର ସ୍କୋର ବଢିବା ସହିତ ଦଳ ବ୍ରିଟିଶ ଦଳକୁ ମାତ୍ ଦେବାରେ ସକ୍ଷମ ହୋଇପାରିବ ବୋଲି କୁହାଯାଉଛି ।