କନକ ବ୍ୟୁରୋ : ରାଞ୍ଚିରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଏହି ଟି-୨୦ ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି । ତେବେ ପ୍ରଥମ ମ୍ୟାଚର ଚୂଡାନ୍ତ ଏକାଦଶରୁ ପୃଥ୍ୱୀ ଶଙ୍କୁ ବାଦ୍ ଦିଆଯାଇଛି । ରାହୁଲ ତ୍ରିପାଠୀଙ୍କୁ ପୁଣିଥରେ ସୁଯୋଗ ମିଳିଥିବା ବେଳେ ଶିଭମ ମାଭି ଓ ଅର୍ଶଦୀପ ସିଂଙ୍କୁ ପୁଣିଥରେ ଚୂଡାନ୍ତ ଏକାଦଶରେ ଦେଖିବାକୁ ମିଳିଛି ।
ଏହାପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ କ୍ଲିନ୍ ସୁଇପ କରି ନେଇଥିଲା ଟିମ୍ ଇଣ୍ଡିଆ । ତେଣୁ ଦିନିକିଆ ଭଳି ଟି-୨୦ ସିରିଜକୁ କବଜା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Fnez_EmagAQmHDg.jpg)