କନକ ବ୍ୟୁରୋ: ଓଭାଲରେ ଦମଦାର ବିଜୟ ସହ ଟିମ୍ ଇଣ୍ଡିଆ ଇତିହାସ ରଚିଛି । ଓଭାଲରେ ଦଳ ଦୀର୍ଘ ୫୦ ବର୍ଷ ପରେ ଦମଦାର ବିଜୟ ହାସଲ କରିଛି ବିରାଟ ବାହିନୀ । ଶେଷ ଥର ୧୯୭୧ ମସିହାରେ ଟିମ୍ ଇଣ୍ଡିଆରେ ଓଭାଲରେ ବିଜୟ ହାସଲ କରିଥିଲା । ଆଉ ଏହାର ପ୍ରାୟ ୫୦ ବର୍ଷ ପରେ ଦଳ ଇଂଲଣ୍ଡର ଓଭାଲରେ ବିଜୟର ସ୍ୱାଦ ଚାଖିଛି । ଏଥିସହିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଦଳ ଏବେ ୨-୧ରେ ଆଗୁଆ ଅଛି ।
ଟିମ୍ ଇଣ୍ଡିଆ ଓଭାଲରେ ୧୯୩୬ରୁ ୨୦୧୮ ମଧ୍ୟରେ ୧୩ଟି ଟେଷ୍ଟ ମ୍ୟାଚ୍ ଖେଳିସାରିଛି । ଯେଉଁଥିରେ ଦଳ ୫ଟି ମ୍ୟାଚରେ ହାରିଥିବାବେଳେ ୭ଟି ମ୍ୟାଚ୍ ଡ୍ର ରହିଥିଲା । ତେବେ ୧୯୭୧ ମସିହାରେ ଦଳ ଓଭାଲରେ ଶେଷ ଥର ପାଇଁ ମ୍ୟାଚ୍ ଜିତିଥିଲା । ଆଉ ଆଜିର ମ୍ୟାଚରେ ବିରାଟ ବାହିନୀ ଏହି ରେକର୍ଡକୁ ଭାଙ୍ଗିବା ସହିତ ନୂଆ ଏକ ଇତିହାସ ରଚିଛି ।
ଏହି ମ୍ୟାଚର ଆରମ୍ଭରେ ଭାରତୀୟ ଦଳ ପ୍ରଥମରୁ ବ୍ୟାକଫୁଟରେ ଥିଲା । ପ୍ରଥମ ଇଂନିସରେ ଦଳ ମାତ୍ର ୧୯୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଇଂଲଣ୍ଡ ଦଳ ନିଜର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ହରାଇ ପ୍ରଥମ ଇଂନିସରେ ୨୯୦ ରନ୍ କରିବା ସହିତ ଏକ ବଡ୍ ଲିଡ୍ ନେଇଥିଲା । ହେଲେ ଦ୍ୱିତୀୟ ଇଂନିସରେ ଟିମ୍ ଇଣ୍ଡିଆ ଲୟକୁ ଫେରିବା ସହିତ ୪୬୬ ରନ୍ କରିଥିଲା । ଜବାବରେ ବିଜୟର ପିଛା କରୁ କରୁ ଇଂଲଣ୍ଡ ଦ୍ୱିତୀୟ ଇଂନିସରେ ମାତ୍ର ୨୧୦ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆଉ ୫୦ ବର୍ଷ ପରେ ଓଭାଲରେ ମ୍ୟାଚ୍ ଜିତିଥିଲା ଟିମ୍ ଇଣ୍ଡିଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/42-2.jpg)