ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ: ୭୩ ରନରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ପୋଛିଲାନେଲା ରୋହିତ ବାହିନୀ

256

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆରେ ବିଜୟ ଲାଭ କରିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୭୩ ରନରେ ହରାଇ ୩-୦ରେ ସିରିଜ ଅକ୍ତିଆର କଲା ଭାରତ । ଏହି ମ୍ୟାଚରେ ରୋହିତଙ୍କ ଦମଦାର ଅର୍ଦ୍ଧଶତକ ଓ ଅକ୍ଷର ପଟେଲଙ୍କ ଚମତ୍କାର ବୋଲିଂ ବଳରେ ଭାରତ ବିଜୟ ହାସଲ କରିଛି ।

ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବୋଲିଂ କରିଥିଲା ନ୍ୟୁଜିଲାଣ୍ଡ । ଆରମ୍ଭରୁ ରୋହିତ ଓ ଇଶାନ କିଷାନ ବିସ୍ଫୋରକ ଆରମ୍ଭ କରିଥିଲେ । ୬ ଓଭରରେ ୭୦ ରନ କରିଥିଲେ । ହେଲେ ଗୋଟିଏ ଓଭରରେ ସାଣ୍ଟନର ଦୁଇଟି ୱିକେଟ ନେବା ପରେ ଧିମା ପଡିଯାଇଥିଲା ରନ । ଏହାପରେ ଶେଷ ଓଭରରେ ଦମଦାର ବ୍ୟାଟିଂ କରିଥିଲେ ଦୀପକ ଚହର । ଫଳରେ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୧୮୪ ରନ କରିବାରେ ସକ୍ଷମ ହୋଇଥିଲା ।

ସେହିପରି ୧୮୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ନ୍ୟୁଜିଲାଣ୍ଡ ଦଳ । ହେଲେ ଭାରତୀୟ ବୋଲର ମାନଙ୍କ ଚମତ୍କାର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ନ୍ୟୁଜିଲାଣ୍ଡ ଦଳ । ଭାରତ ପକ୍ଷରୁ ଅକ୍ଷର ପଟେଲ ୩ ଓଭରରେ ୯ ରନ ଦେଇ ୩ ୱିକେଟ ହାସଲ କରିଥିଲେ । ସେପଟେ ନ୍ୟୁଜିଲାଣ୍ଡ ଦଳ ୧୭ ଓଭର ୨ଟି ବଲ ଖେଳି ୧୧୧ ରନରେ ଅଲଆଉଟ ହୋଇଯାଇଥିଲା ।