କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଭିତରେ ଚାଲିଥିବା ଟି-୨୦ ସିରିଜକୁ କବଜା କରିଛି ଟିମ୍ ଇଣ୍ଡିଆ । ଶେଷ ଟି-୨୦ରେ ବ୍ରିଟିଶ ଦଳକୁ ୩୬ ରନରେ ହରାଇବା ସହିତ ଦଳ ସିରିଜକୁ ୩-୨ରେ ଆଗୁଆ ରହି କବଜା କରିଛି । ଏଥିସହ ଟେଷ୍ଟ ସିରିଜ ପରେ ଦଳ ଲଗାତାର ଟି-୨୦ ସିରିଜ ମଧ୍ୟ ଜିତିଛି ।
ଆଜି ଇଂଲଣ୍ଡ ଅଧିନାୟକ ମୋର୍ଗାନ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଆଉ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ରୋହିତ- କୋହଲିଙ୍କ ଯୋଡି ପ୍ରଥମରୁ ହିଁ ଇଂଲଣ୍ଡ ଉପରେ ଆକ୍ରମଣ କରିଥିଲା । ଶେଷ ଆଡକୁ ସୂର୍ଯ୍ୟକୁମାର ଯାଦବ ଓ ପାଣ୍ଡ୍ୟା ବି କିଛି ବିସ୍ଫୋରକ ଇଂନିସ ଖେଳି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଏହାସହ ଦଳର ସ୍କୋର ୨୦ ଓଭରରେ ୨୨୪ ରନ୍ ହୋଇଥିଲା ।
ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଦଳ ଆରମ୍ଭରୁ ହିଁ ଝଟକା ଖାଇଥିଲା । ଜସନ ରୟ ବିନା କୌଣସି ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ବଟଲର ଓ ମଲାନ ୧୩୦ ରନର ପାର୍ଟନରସିପ୍ କରିଥିଲେ ବି ତାଙ୍କ ପରେ କୌଣସି ବ୍ୟାଟ୍ସମ୍ୟାନ ଆଉ ତିଷ୍ଠି ପାରିନଥିଲେ । ଯାହା ଫଳରେ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ୩୬ ରନରେ ଜିତି ନେଇ ସିରିଜ କବଜା କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/Ew8AsljVgAIVgUf.jpg)