ଚତୁର୍ଥ ଟେଷ୍ଟରେ ଜିତିଲା ଭାରତ । ସିରିଜରେ ୨-୧ରେ ଆଗୁଆ ଟିମ୍ ଇଣ୍ଡିଆ ।

202

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ବାଜି ମାରିନେଇଛି ଟିମ ଇଣ୍ଡିଆ । ଏହି ମ୍ୟାଚକୁ ଭାରତ ୧୫୭ ରନରେ ଇଂଲଣ୍ଡକୁ ହରାଇଛି । ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ଭାରତ ଏହି ମ୍ୟାଚକୁ ଜିତି ନେଇଛି ବିରାଟ ବାହିନୀ । ଫଳରେ ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଏବେ ଭାରତ ୨-୧ରେ ଆଗୁଆ ରହିଛି ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୯୧ ରନରେ ଅଲଆଉଟ ହୋଇଯାଇଥିଲା । ସେହିପରି ଇଂଲଣ୍ଡ ତାର ପ୍ରଥମ ଇଂନିସରେ ବି ଏତେ ବଡ ସ୍କୋର କରିବାରେ ସଫଳ ହୋଇପାରିନଥିଲା । ମାତ୍ର ୨୯୦ ରନରେ ଅଲ ଆଉଟ ହୋଇଯାଇଥିଲା ଇଂଲଣ୍ଡ ଦଳ । ହେଲେ ଦ୍ୱିତୀୟ ଇଂନିସରେ ଭାରତ ବ୍ୟାଟ୍ସମ୍ୟାନ ମାନେ କମାଲ ପ୍ରଦର୍ଶନ କଲେ । ଦ୍ୱିତୀୟ ଇଂନିସରେ ୪୬୬ର ବଡ ସ୍କୋର ଛିଡା କରିଥିଲା ଟିମ ଇଣ୍ଡିଆ । ଭାରତ ପକ୍ଷରୁ ରୋହିତ ଶର୍ମା ୧୨୭, ପୂଜାରା ୬୧, ସାର୍ଦ୍ଦୁଲ ଠାକୁର ୬୦, ପନ୍ତ ୫୦, ରାହୁଲ ୪୬ ଓ କୋହଲି ୪୪ କରିଥିଲେ । ଏହାପରେ ଶେଷ ଦିନରେ ଇଂଲଣ୍ଡ ସାମ୍ନାରେ ବଡ ବିଜୟ ଲକ୍ଷ୍ୟ ରହିଥିଲା । ବଡ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦଳ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲେ । ଫଳରେ ୨୧୦ ରନରେ ଅଲଆଉଟ୍ ହୋଇଥିଲା ଇଂଲଣ୍ଡ ଦଳ । ଆଉ ଭାରତ ଏହି ମ୍ୟାଚକୁ ୧୫୭ ରନରେ ଜିତି ନେଇଛି ।