କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଚତୁର୍ଥ ଟି-୨୦ରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଗୁରୁବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିରାଟ ବାହିନୀ ବ୍ରିଟିଶ ଦଳକୁ ୮ ରନରେ ହରାଇବା ସହିତ ସିରିଜକୁ ୨-୨ ବରାବର ସ୍ଥିତିକୁ ଆଣିଛି । ଏଥିସହ ଖେଳାଯିବାକୁ ଥିବା ପଞ୍ଚମ ଟି-୨୦ ଏବେ ସିରିଜର ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଆଜି ଇଂଲଣ୍ଡ ଦଳର ଅଧିନାୟକ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଦଳ । ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ଥ ଓ ଶ୍ରେୟାସ ଆୟାରଙ୍କ ଇଂନିସ ଯୋଗୁ ଦଳ ୧୮୫ ରନ କରିପାରିଥିଲା । ଇଂଲଣ୍ଡ ପକ୍ଷରୁ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ୪ଟି ୱିକେଟ୍ ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଦଳ ଭଲ ଆରମ୍ଭ କରିଥିଲେ ବି ୨୦ ଓଭରରେ ମାତ୍ର ୧୭୭ ରନ କରିପାରିଥିଲା । ଫଳରେ ଟିମ୍ ଇଣ୍ଡିଆ ଏହି ଚତୁର୍ଥ ଟି-୨୦ରେ ବିଜୟୀ ହୋଇଛି ।
ଚତୁର୍ଥ ଟି-୨୦ରେ ବାଜିମାତ୍ କଲା ଟିମ୍ ଇଣ୍ଡିଆ । ୨-୨ରେ ସିରିଜ ବରାବର କଲା ବିରାଟ ବାହିନୀ ।
/kanak/media/post_attachments/wp-content/uploads/2021/03/EwxwiW7VEAEheWv.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)