ସାମିଙ୍କ ଦୁର୍ଦ୍ଦଶ ବୋଲିଂ: ୭୦ ରନରେ ହାରିଲା ନ୍ୟୁଜିଲାଣ୍ଡ, ଫାଇନାଲ ଗଲା ଭାରତ

343

କନକ ବ୍ୟୁରୋ: ୨୦୨୩ ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ସେମିଫାଇନାଲରେ ଆଜି ୭୦ ରନରେ ହରାଇ ଭାରତ ଫାଇନାଲ ଟିକେଟ ହାସଲ କରିଛି । ମହମ୍ମଦ ସାମିଙ୍କ ଦୁର୍ଦ୍ଦଶ ବୋଲିଂ ଆଗରେ ଧରାଶାୟୀ ହୋଇଯାଇଛି ନ୍ୟୁଜିଲାଣ୍ଡ ଦଳ । ସାମି ୭ ୱିକେଟର ସଫଳତା ହାସଲ କରିଛନ୍ତି । ତେବେ ଭାରତ ଏବେ ୧୯ ତାରିଖରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳିବ ।

ଏହି ମ୍ୟାାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତର ଦୁଇ ଓପନର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଭାରତ ପକ୍ଷରୁ ବିରାଟ କୋହଲି ୧୧୭, ଶ୍ରେୟାସ ଆୟର ୧୦୫, ଶିଭମନ ଗିଲ ୮୦ ଓ ରୋହିତ ଶର୍ମା ୪୭ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୪ ୱିକେଟ ହରାଇ ୩୯୭ ରନ କରିବାରେ ସଫଳ ହୋଇଥିଲା ।

୩୯୮ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ଦଳ । ଭଲ ପ୍ରଦର୍ଶନ କରିଥିଲା । ୱିଲିୟମନସନ ଓ ଡ୍ୟାରେଲ ମିଚେଲଙ୍କ ଯୋଡି ଭାରତକୁ ଚିନ୍ତାରେ ପକାଇଥିଲା । ହେଲେ ସାମିଙ୍କ ବୋଲିଂ ଆଗରେ କେହି ତିଷ୍ଠି ପାରିନଥିଲେ । ୪୮ ଓଭର ୫ ବଲ ଖେଳି ନ୍ୟୁଜିଲାଣ୍ଡ ୩୨୭ ରନରେ ଅଲଆଉଟ ହୋଇଯାଇଥିଲା ।