କନକ ବ୍ୟୁରୋ : ମେଲବର୍ଣ୍ଣ ଟେଷ୍ଟରେ ଭାରତର ଐତିହାସିକ ବିଜୟ । ଆଡିଲେଡରେ ଶୋଚନୀୟ ପରାଜୟର ବଦଲା ନେଇଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୮ୱିକେଟରେ ହରାଇ ଦମଦାର ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ରାହାଣେ ଅଷ୍ଟ୍ରେଲିଆକୁ ତାରି ମାଟିରେ ଧୂଳି ଚଟାଇଛନ୍ତି । ୭୦ ରନର ଟାର୍ଗେଟକୁ ୨ୱିକେଟ ହରାଇ ସହଜ ବିଜୟ ହାସଲ କରିଛି ଭାରତ । ଫଳରେ ୪ଟି ମ୍ୟାଚ ବିଶିଷ୍ଠ ଟେଷ୍ଟ ସିରିଜ ୧-୧ରେ ବରାବର ରିହିଛି ।

Advertisment

ଭାରତ ପକ୍ଷରୁ ଶୁଭମନ ଗିଲ୍ ସର୍ବାଧିକ ୩୭, ଅଧିନାୟକ ରାହାଣେ ୨୭ ରନରେ ଅପରାଜିତ ଥିଲେ । ଦିତୀୟ ଇନିଙ୍ଗସରେ ମହମ୍ମଦ ସିରାଜଙ୍କୁ ସର୍ବାଧିକ ୩ ୱିକେଟ ସଫଳତା ମିଳିଥିଲା । ସେହିପରି୍ ବୁମରା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ରବିନ୍ଦ୍ର ଜାଡ଼େଜାଙ୍କୁ ୨ଟି ଲେଖାଏଁ ୱିକେଟ ମିଳଥିଲା ବେଳେ ଉମେଶ ଯାଦବଙ୍କୁ ୧ ୱିକେଟ ସଫଳତା ମିଳିଥିଲା । ଅଷ୍ଟ୍ରେଲିଆ ପ୍ରଥମ ଇନିଙ୍ଗସରେ ୧୯୫ ରନ୍ କରିଥିବା ବେଳେ ଭାରତ ୩୨୬ ରନ୍ କରିଥିଲା । ଦ୍ୱିତୀୟ ଇନିଙ୍ଗସରେ କଙ୍ଗାରୁ ଦଳ ୨ଶହ ରନ୍ରେ ଅଲଆଉଟ ହୋଇଥିଲାବେଳେ ଭାରତକୁ ୭୦ ରନର ଟାର୍ଗେଟ ଦେଇଥିଲା । ସିରିଜିର ତୃତୀୟ ଟେଷ୍ଟ ଆସନ୍ତା ୭ ତାରିଖରେ ଖେଳାଯିବ ।