କନକ ବ୍ୟୁରୋ: ବିରାଟ କୋହଲିଙ୍କ ଦମଦାର ଶତକ । ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ । ଗୁରୁବାର ବିଶ୍ୱକପରେ ଖେଳାଯାଇଥିବା ଭାରତ-ବାଂଲାଦେଶ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ରୋହିତ ବାହିନୀ । ବିରାଟ କୋହଲିଙ୍କ ଶତକ ସହ ୪ଟି ମ୍ୟାଚରୁ ୪ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।
ଆଜି ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ବାଂଲାଦେଶ କ୍ୟାପଟେନ୍ । ଏହାପରେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ରୋହିତ୍ ବାହିନୀ । ବାଂଲାଦେଶ ଓପନର ଭଲ ଆରମ୍ଭ କରିଥିଲେ ବି ଭାରତୀୟ ବୋଲର କିନ୍ତୁ ନିଜ ଲାଇନ୍ ଛାଡିନଥିଲେ । ଯାହା ଫଳରେ ମିଡିଲ ଅର୍ଡରରେ ବାଂଲାଦେଶର ଲଗାତାର ୱିକେଟ୍ ପଡିଥିଲା । ଶେଷ ଆଡକୁ ମୁସଫିକର ରହିମ, ମହମ୍ମଦୁଲ୍ଲା ଭଲ ରନ୍ କରିବା ଫଳରେ ଦଳ ୫୦ ଓଭରରେ ୮ ୱିକେଟ୍ ହରାଇ ୨୫୬ ରନ୍ କରିପାରିଥିଲା ।
India chase down the Bangladesh total with 51 balls to spare for their fourth successive #CWC23 win ⚡#INDvBAN 📝: https://t.co/otNXqljKwnpic.twitter.com/QUTkIaXha6
— ICC (@ICC) October 19, 2023
୨୫୭ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଜବରଦସ୍ତ ଆରମ୍ଭ କରିଥିଲା । ରୋହିତ ଏବଂ ଗିଲ୍ ଯୋଡି ପ୍ରଥମ ୱିକେଟରେ ୮୮ ରନ୍ କରିଥିଲେ । ଏହାପରେ ବିରାଟ କୋହଲି ମଧ୍ୟ ଦର୍ଶନୀୟ ସଟ୍ ଖେଳିଥିଲେ । ବିରାଟଙ୍କ ଶତକ ସହ ଦଳ ବିଜୟ ଦ୍ୱାର ଦେଶରେ ପହଞ୍ଚିଥିଲା । ଆଉ ଶେଷ ବଲରେ କୋହଲି ଛକା ମାରିବା ସହ ନିଜର ଶତକ ପୂରଣ କରିବା ସହ ଭାରତକୁ ବିଜୟ ଭେଟିଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/10/F8z-q6cbYAAMYBA.jpg)