ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ, ୫୦ ମିଟର ରାଇଫଲ ସୁଟିଂରେ ସ୍ୱପ୍ନିଲ କୁଶାଲେଙ୍କୁ ବ୍ରୋଞ୍ଜ ପଦକ ।

Advertisment
ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ, ୫୦ ମିଟର ରାଇଫଲ ସୁଟିଂରେ ସ୍ୱପ୍ନିଲ କୁଶାଲେଙ୍କୁ ବ୍ରୋଞ୍ଜ ପଦକ ।

କନକବ୍ୟୁରୋ: ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ପଦକ । ୫୦ ମିଟର ରାଇଫଲ ସୁଟିଂରେ ସ୍ୱପ୍ନିଲ କୁଶାଲେଙ୍କୁ ବ୍ରୋଞ୍ଜ ପଦକ । ଭାରତ ପାଇଁ ତୃତୀୟ ପଦକ ହାସଲ କଲେ ସୁଟର । ପ୍ରଥମ ଥର ପାଇଁ ଏ ବର୍ଗରେ ଭାରତକୁ ମିଳିଲା ପଦକ । ସୁଚନା ଅନୁଯାୟୀ ଲଗାତାର ଦୁଇଟି ମେଡାଲ ହାତେଇ ଦେଶ ପାଇଁ ଗୌରବ ଆଣିଥିଲେ ମନୁ ଭାକର। ପ୍ରଥମ ମହିଳା କ୍ରୀଡ଼ାବିତ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ବେଳେ ସୁଟର ଯୋଡ଼ି ମନୁ ଭାକର ଓ ସରବଜୋତ ସିଂହ ୧୦ ମିଟର ଏୟାର ପିଷ୍ଟଲ ମିକ୍ସ ଟିମ୍ ଇଭେଣ୍ଟରେ ବ୍ରୋଞ୍ଚ ମେଡାଲ ହାତେଇଛନ୍ତି।

କୋରିଆ ଯୋଡ଼ିକୁ ୧୬-୧୦ ପଏଣ୍ଟରେ ହରାଇ ଦୁହେଁ ମେଡାଲ ହାତେଇଥିବା ବେଳେ ଏହି ବିଜୟ ସହ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଥିଲା । ପୂର୍ବରୁ ମଧ୍ୟ ଭାରତକୁ ବ୍ରୋଞ୍ଜ ମିଳିଥିଲା। ଶୁଟର୍ ମନୁ ଭାକର ଏହି ବିଜୟ ଭେଟି ଦେଇଥିଲେ। ଶୁଟର୍ ମନୁ ଭାକର ମଧ୍ୟ ନିଜ ନାଁରେ ରେକର୍ଡ ଯୋଡିଛନ୍ତି। ଅଲିମ୍ପିକ୍ସର ଗୋଟିଏ ଇଭେଣ୍ଟରେ ଦୁଇଟି ପଦକ ଜିତିବାରେ ମନୁ ଭାକର ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟ। ଏହା ପୂର୍ବରୁ ୧୦ ମିଟର ଏୟାର ପିଷ୍ଟଲ ମହିଳା ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ହାତେଇ ସାରିଛନ୍ତି। ସେହିପରି ସରବଜୋତ ସିଂହ ମଧ୍ୟ ବ୍ୟକ୍ତିଗତ ରେକର୍ଡ କରିଛନ୍ତି। ସେ ପ୍ରଥମ ଥର ବ୍ରୋଞ୍ଜ ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe