ଟୋକିଓରେ ପଦକ ବର୍ଷା । ଗୋଟିଏ ଦିନରେ ଭାରତ ପାଇଁ ଆସିଲା ପାଂଚ ପଦକ । ଜାଭଲିନ ଓ ସୁଟିଂରୁ ଆସିଲା ଦୁଇଟି ସ୍ୱର୍ଣ୍ଣ 

184

କନକ ବ୍ୟୁରୋ: ଦେଶ ପାଇଁ ସୁନା ଜିତିଛନ୍ତି ସୁମିତ ଆଂଟିଲ । ଟୋକିଓ ପାରା ଅଲମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ଭାରତ ଧମାକାଦାର ପ୍ରଦର୍ଶନ କରିଛି । ସୋମବାର ପୁରୁଷ ଏଫ ୬୪ ବର୍ଗରେ ୬୮.୫୫ ମିଟର ଦୁର ଯାଏ ଜାଭେଲିନ ଥ୍ରୋ କରି ବିଶ୍ୱ ରେକର୍ଡ କରିଛନ୍ତି ସୁମିତ । ସୁମିତ ସ୍ୱର୍ଣ୍ଣ ପଦକ ଜିତିବା ପରେ ତାଙ୍କ ପରିବାରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।

ପାରାଅଲିମ୍ପିକ୍ସରେ ସ୍ୱାର୍ଣ୍ଣ ପଦକ ଜିତି ଭାରତର ପାରା ସୁଟର ଅବନୀ ଲେଖାରା ଇତିହାସ ସୃଷ୍ଟି କରିଛନ୍ତି  । ଅବନୀ ଓମେନ୍ ୧୦ ମିଟର ଏୟାର ରାଇଫଲର କ୍ଲାସ ଏସ୍ଏଚ୍ ୧ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  । ଅବନୀ ମୋଟ୍ ୨୪୯.୬ ସ୍କୋର କରିଥିଲେ  । ଯାହାକି ପାରା ଅଲିମ୍ପିକ୍ସରେ ନୂଆ ରେକର୍ଡ  । ସେ ଚୀନ୍ର ଝାଂଗ କୁଇପିଙ୍ଗଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଅବନୀ କ୍ୱାଲିଫିକେସନ୍ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଥିଲେ  । ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିବା ସହ ଗୋଲଡ୍ ମେଡାଲ ଜିତିଛନ୍ତି  । ପାରା ଅଲିମ୍ପିକ୍ସ ଇତିହାସରେ ସୁଟିଂରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ  । ଏହା ସହ ଅବନୀ ହେଉଛନ୍ତି ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା  । (୦୭) ଗୋଲ୍ଡ ମେଡାଲ ଜିତିବା ପରେ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି  ।

ଟୋକିଓ ପାରା ଅଲିମ୍ପିକ୍ସ ଡିସ୍କସ୍ ଥ୍ରୋରେ ଭାରତର ଯୋଗେଶ କଥୁନିଆ ରୌପ୍ୟ ପଦକ ଜିତିଛନ୍ତି । ଡିସ୍କସ୍ ଥ୍ରୋ ଏଫ୍-୫୬ ଫାଇନାଲର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଯୋଗେଶ । ଷଷ୍ଠ ଓ ଶେଷ ପ୍ରୟାସରେ ୪୪.୩୮ ମିଟର ଫିଙ୍ଗି ରୌପ୍ୟ ପଦକ ନିଜ ନାଁରେ କରିପାରିଛନ୍ତି । ତାଙ୍କର ପ୍ରଥମ, ତୃତୀୟ ଓ ଚତୁର୍ଥ ପ୍ରାୟସ ବିଫଳ ହୋଇଥିଲା । ବ୍ରାଜିଲ୍ ଖେଳାଳି ୪୫.୨୫ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଯୋଗେଶଙ୍କର ଏହା ହେଉଛି ପ୍ରଥମ ପାରା ଅଲିମ୍ପିକ୍ସ । ଯୋଗେଶ ସିଲଭର ମେଡାଲ ଜିତିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ବାଣ ଫୁଟାଇ, ମିଠା ଖୁଆଇ ପରିବାର ଲୋକେ ଉତ୍ସବ ପାଳନ କରୁଛନ୍ତି ଯୋଗେଶଙ୍କ ପରିବାର ଲୋକେ ।

ସେହିପରି ଜାଭେଲିନ୍ ଥ୍ରୋରେ ଭାରତକୁ ଆଉ ଦୁଇଟି ମେଡାଲ ମିଳିଛି । ଜାଭେଲିନ୍ ଥ୍ରୋରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ପଦକ ଜିତିଛନ୍ତି । ଅନ୍ୟପଟେ ସୁନ୍ଦର ସିଂହ ଗୁଜର ମଧ୍ୟ ଜାଭେଲିନ୍ରେ ବ୍ରୋଂଜ ପଦକ ହାସଲ କରିଛନ୍ତି । ସୋମବାର ପାରା ଅଲମ୍ପିକ୍ସରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ଆଉ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।