ମହିଳା ହକିରେ ଭାରତକୁ ବ୍ରୋଞ୍ଜ, ନ୍ୟୁଜିଲାଣ୍ଡ ୨-୧ରେ ପରାସ୍ତ । 

366
କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଦଳକୁ ସଫଳତା ମିଳିଛି । ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ବ୍ରୋଞ୍ଜ ମେଡାଲ ପାଇଁ ଖେଳାଯାଉଥିବା ମ୍ୟାଚରେ ଭାରତ ୨-୧ରେ ବିଜୟୀ ହୋଇଛି । ଫୁଲ ଟାଇମରେ ୧-୧ରେ ମ୍ୟାଚ ଟାଏ ରହିଥିଲା । ପରେ ସୁଟଆଉଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ବାଜିମାରିନେଇଥିଲା ।