କନକ ବ୍ୟୁରୋ : ମାର୍ଚ୍ଚ ମାସରେ ଅନୁଭୂତ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରଥମ ସପ୍ତାହରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ବଢିବା ସମ୍ଭାବନା ରହିଛି । ଏର୍ବେ ମାର୍ଚ୍ଚ ମାସରେ ସ୍ୱାଭାବିକଠାରୁ ଅଧିକ ତାତି ଅନୁଭୂତ ହେବ । ମାର୍ଚ୍ଚରୁ ମେ’ ମା ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ରହିଛି । ରାଜ୍ୟରେ ଚଳିତ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ଅଧିକାଂଶ ସ୍ଥାନରେ ୫୦ ପ୍ରତିଶତରୁ ଯଥେଷ୍ଟ ଅଧିକ ରହିବା ସମ୍ଭାବନା ରହିଛି ।

Advertisment

ଭାରତରେ ଏ ବର୍ଷ ଆଗୁଆ ଭୀଷଣ ଗରମ ଅନୁଭୂତ ହେବ । ମାର୍ଚ୍ଚରୁ ହିଁ ଲୁ’ ଆସି ଦେଶବାସୀଙ୍କୁ ସିଝାଇବ । ଏପରି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

- ଉତ୍ତର ଭାରତରେ ଗ୍ରୀଷ୍ମ ଦିନରେ ଉତ୍ତର-ପୂର୍ବ ତଥା ପଶ୍ଚିମରୁ ପୂର୍ବ ଦିଗରେ ପ୍ରଚଣ୍ଡ ଉଷ୍ମ ଓ ଶୁଷ୍କ ପବନ ବହିଥାଏ
- ଏପରି ପବନ ହେଲେ ଏହାକୁ ‘ଲୁ’ ବୋଲି କୁହାଯାଏ
- ‘ଲୁ’ ସାଧାରଣତଃ ମେ’ ଓ ଜୁନ୍ ମାସରେ ଚାଲିଥାଏ
- ହେଲେ ‘ଲୁ’ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି
- ଲୁ’ ବହିବା ବେଳେ ତାପମାତ୍ରା ୪୭ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ
- ରାଜସ୍ଥାନର ବାଡମେର ଜିଲ୍ଲାରେ ସର୍ବାଧିକ ‘ଲୁ’ ଚାଲିବାର ନଜିର ରହିଛି
- ପୂର୍ବୋତ୍ତର ଭାରତର ପୂର୍ବ, ମଧ୍ୟ ଓ ଉତ୍ତର-ପଶ୍ଚିମ ଭାରତର କିଛି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ହେବା ଆଶଙ୍କା

ରେକର୍ଡ ଭାଙ୍ଗିଲା ଫେବ୍ରୃଆରୀ ତାତି । ଚଳିତ ବର୍ଷ ଫେବ୍ରୁଆରୀର ତାପମାତ୍ରା ଗତ ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି । ୧୯୦୧ରୁ ୨୦୨୩ ମଧ୍ୟରେ ଚଳିତ ବର୍ଷ ଫେବ୍ରୁଆରୀରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଚଳିତ ବର୍ଷ ଫେବ୍ରୁଆରୀରେ ସର୍ବାଧିକ ଦିନ ତାପମାତ୍ରା ୨୯ ଦଶମିକ ୫ ଡିଗ୍ରୀ ରହିଥିଲା । ଉତର ଓ ମଧ୍ୟ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକ ସ୍ତରଠାରୁ ୧ ଦଶମିକ ୭୩ ଡିଗ୍ରୀ ଅଧିକ ରହିଥିଲା ।

- ଚଳିତ ବର୍ଷ ଫେବ୍ରୁଆରୀରେ ସର୍ବାଧିକ ଦିନ ତାପମାତ୍ରା ୨୯ ଦଶମିକ ୫ ଡିଗ୍ରୀ
- ୨୦୧୬ ଫେବ୍ରୁଆରୀରେ ସର୍ବାଧିକ ଦିନ ତାପମାତ୍ରା ଥିଲା ୨୯ ଦଶମିକ ୪୮
- ୨୦୦୬ ଫେବ୍ରୁଆରୀରେ ସର୍ବାଧିକ ଦିନ ତାପମାତ୍ରା ୨୯ ଦଶମିକ ୩୧ ରହିଥିଲା
- ୨୦୧୭ ଫେବ୍ରୁଆରୀରେ ଦିନ ତାପମାତ୍ରା ରହିଥିଲା ୨୯ ଦଶମିକ ୨୪
- ୨୦୦୯ ଫେବ୍ରୁଆରୀରେ ସର୍ବାଧିକ ଦିନ ତାପମାତ୍ରା ୨୯ ଦଶମିକ ୨୩ ରେକର୍ଡ
- ଚଳିତ ବର୍ଷ ଉତ୍ତର ପଶ୍ଚିମ ଭାରତରେ ଦିନର ସର୍ବାଧିକ ତାପମାତ୍ରା ୨୪.୮୬ ଡିଗ୍ରୀ ରେକର୍ଡ
- ୧୯୬୦ରେ ଫେବ୍ରୁଆରୀରେ ତାପମାତ୍ରା ୨୪.୫୫ ଡିଗ୍ରୀରେ ପହଂଚିଥିଲା
- ମଧ୍ୟ ଭାରତ ପାଇଁ ସବୁଠାରୁ ଉତ୍ତପ୍ତ ଫେବ୍ରୁଆରୀ ହୋଇଥିଲା
- ଚଳିତ ବର୍ଷ ଫେବ୍ରୁଆରୀରେ ମଧ୍ୟ ଭାରତର ସର୍ବାଧିକ ତାପମାତ୍ରା ୩୧.୯୨ ରହିଥିଲା
- ମଧ୍ୟ ପ୍ରଦେଶରେ ଭୀଷଣ ଗରମ ଅନୁଭୂତ ହୋଇଥିଲା
- ଭୋପାଳରେ ତାପମାତ୍ରା ୩୪ ଦଶମିକ ୩ ଡିଗ୍ରୀରେ ପହଞ୍ଚିଥିଲା