କନକ ବ୍ୟୁରୋ : ଏସିଆ କପରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା । ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ପାକିସ୍ତାନ । ଟସ୍ ପୂର୍ବରୁ କିଛି ସମୟ ପାଇଁ ବର୍ଷା ହୋଇଥିଲା । ତେବେ ବର୍ଷା ଛାଡିବା ପରେ ନିର୍ଦ୍ଧାରିତ ସମୟରେ ଟସ୍ ପଡିଛି । ପାକିସ୍ତାନ ନିଜ ପୁରୁଣା ଟିମ୍ ସହ ମୈଦାନକୁ ଓହ୍ଲାଇବ । ଅନ୍ୟପଟେ ବୁମରା, ସାର୍ଦ୍ଦୁଳ, ସିରାଜ, ଜାଡେଜା ଓ କୁଳଦୀପଙ୍କୁ ଭାରତର ବୋଲିଂ ବାହିନୀ ବେଶ ଶକ୍ତିଶାଳୀ ଥିବା ବେଳେ ପାକିସ୍ତାନ ବିପକ୍ଷରେ ରୋହିତ, ଶୁଭମାନ, ଇଶାନ କିଷାନ, ବିରାଟ କୋହଲି, ଶ୍ରେୟସ ଆୟର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ବ୍ୟାଟରଙ୍କୁ ନେଇ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ ।
ଏହାପୂର୍ବରୁ ପାକିସ୍ତାନ ଏସିଆ କପରେ ନେପାଳକୁ ହରାଇ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ଭାରତ ଆଜି ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ସହ ଏସିଆ କପ ଅଭିଯାନ ଆରମ୍ଭ କରିବ ।
ଏସିଆ କପ୍ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଜାଣନ୍ତୁ ଚୂଡାନ୍ତ ଏକାଦଶରେ କିଏ ପାଇଲେ ସ୍ଥାନ?
/kanak/media/post_attachments/wp-content/uploads/2023/09/F5AlekdbkAAydMf.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)