କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇସାରିଛି ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ କରିବ ଦକ୍ଷିଣ ଆଫ୍ରିକା । ହେଲେ ଏହି ମ୍ୟାଚରେ ଟିମ ଇଣ୍ଡିଆରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ବିଶ୍ରାମ ନେଇଛନ୍ତି ବିରାଟ କୋହଲି । ଫଳରେ ଅଧିନାୟକ ଦାୟିତ୍ୱ ସମ୍ଭାଳୁଛନ୍ତି କେଏଲ ରାହୁଲ । ସେପଟେ ବିରାଟଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ଦଳରେ ସ୍ଥାନ ମିଳିଛି ।

Advertisment

ବିରାଟଙ୍କ ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ସେ ତାଙ୍କ ପିଠିରେ ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ସେଥିପାଇଁ ତାଙ୍କୁ ଏହି ଟେଷ୍ଟରେ ଆରାମ ଦିଆଯାଇଛି ।  ବିରାଟଙ୍କ ପାଇଁ ଏହି ଟେଷ୍ଟ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଏହା ତାଙ୍କର ୯୯ତମ ଟେଷ୍ଟ ମ୍ୟାଚ ରହିଥିଲା । ଅର୍ଥାତ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ବିରାଟ ତାଙ୍କ ୧୦୦ତମ ଟେଷ୍ଟ ଖେଳିଥାନ୍ତେ । ହେଲେ ବର୍ତ୍ତମାନ ଏହା ସମ୍ଭବ ନୁହେଁ । କାରଣ ତୃତୀୟ ଟେଷ୍ଟ ତାଙ୍କର ୯୯ତମ ମ୍ୟାଚ ହେବ ।

ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି । ଏହି ମ୍ୟାଚରେ ଭାରତ ଏବେ ୧-୦ରେ ଆଗୁଆ ରହିଛି । ତେବେ ଏହି ମ୍ୟାଚ ଜିତିଲେ ଭାରତ ସିରିଜ ହାତେଇବ । ତେଣୁ ଏହି ସିରିଜ ବରାବର କରିବାକୁ ଦକ୍ଷିଣ ଆଫ୍ରିକା ଜୋରଦାର ଲଢେଇ କରିବ ।