କନକ ବ୍ୟୁରୋ : ଇନ୍ଦୋର ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ଏକତରଫା ଭାବେ ୮୮ ରନରେ ପରାସ୍ତ କରି ତିନି ଟିକିଆ ସିରିଜକୁ ହାତେଇ ନେଇଛି ଟିମ୍ ଇଣ୍ଡିଆ । କଟକ ପରେ ଇନ୍ଦୋର ମ୍ୟାଚରେ ଜିତି ସିରିଜରେ ୨-୦ ଆଗୁଆ ରହିଛି ଭାରତ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୬୦ ରନ କରିଥିଲା । ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ଧୂଆଁଧାର ବ୍ୟାଟିଂ କରି ଶତକ ଅର୍ଜନ କରିବା ସହ ବିଶ୍ୱରେକର୍ଡ ମଧ୍ୟ ନିଜ ନାମେରେ କରିଛନ୍ତି । ରୋହିତ ୧୦୦ ରନ କରିବା ପାଇଁ ମାତ୍ର ୩୫ଟି ବଲର ସମ୍ମୁଖୀନ ହୋଇଥିଲେ । ମୋଟ ୪୩ ବଲରେ ୧୧୮ ରନର ଇନିଂସ ଖେଳି ଭାରତ ପାଇଁ ଦୃଢ ମୁଳଦୂଆ ପକାଇଥିଲେ ଅଧିନାୟକ ରୋହିତ । ରୋହିତଙ୍କ ଏହି ଇନିଂସରେ ୧୨ଟି ଚୌକା ଓ ୧୦ଟି ବିରାଟ ଛକା ସାମିଲ ଥିଲା । ସେହିଭଳି ରୋହିତଙ୍କୁ ମଧ୍ୟ ସାଥ୍ ଦେଇଥିଲେ କେ. ଏଲ ରାହୁଲ । ୪୯ଟି ବଲର ସମ୍ମୁଖୀନ ହୋଇ ୮୯ ରନର ଇନିଂସ ଖେଳିଥିଲେ । ତେବେ ଉପରକ୍ରମରେ ବ୍ୟାଟିଂ ଆସିଥିବା ଧୋନି ମଧ୍ୟ ୨୮ ରନର ଦମଦାର ଇନିଂସ ଖେଳିଥିଲେ । ଏଥିେରେ ୨ଟି ବିରାଟ ଛକା ସାମିଲ ଥିଲା ।

Advertisment

C-2୨୬୦ ରନ ଟି-୨୦ରେ ଭାରତର ସର୍ବୋଚ୍ଚ ସ୍କୋର । ଏହା ପୂର୍ବରୁ ଭାରତର ସର୍ବାଧିକ ସ୍କୋର ଥିଲା ୨୪୪ । ତେବେ ୨୬୧ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ସିଂହଳୀ ଦଳ ପୁଣିଥରେ ଚହଳ ଓ କୁଳଦୀପଙ୍କ ଶାଣିତ ବୋଲିଂ ଆଗରେ ହାର ମାନିଥିଲେ । ମାତ୍ର ୧୭.୨ ଓଭରରେ ୧୭୨ ରନରେ ଚିତପଟାଙ୍ଗ ମାରିଥିଲା ଦଳ । ଯୁବ ସ୍ପିନର ଚହଲ ପୁଣିଥରେ ବୋଲିଂରେ ତାଙ୍କ କରିସ୍ମା ଦେଖାଇଥିଲେ । ୪ ଓଭରରେ ମୋଟ ୪ ୱିକେଟ ନେଇ ଶ୍ରୀଲଙ୍କା ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ଚହଲ । ସେହିଭଳି ଚାଇନାମ୍ୟାନ ବୋଲର କୁଲଦୀପଙ୍କ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଭାବେ ହାର ମାନିଥିଲେ ସିଂହଳୀ ବ୍ୟାଟସମ୍ୟାନ । ତେବେ ଏହି ବିଜୟ ପରେ ସିରିଜ ହାତେଇଛି ଭାରତ । ଏହାପରେ ଏବେ ତୃତୀୟ ଟି-୨୦ ମ୍ୟାଚ ଉପରେ ଟିମ୍ ଇଣ୍ଡିଆର ନଜର ରହିଛି । ଯଦି ଭାରତ ୩-୦ରେ ସିରିଜ ଜିତେ ତେବେ ଆଇସିସି ଟି-୨୦ ର୍ୟାକିଙ୍ଗରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିବ ।