ଶେଷ ମ୍ୟାଚରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ହରାଇ ୪-୧ରେ ସିରିଜ ଜିତିଲା ଭାରତ ।

ଶେଷ ମ୍ୟାଚରେ ବାଜି ମାରିଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ହରାଇ ୪-୧ରେ ସିରିଜ ଜିତିଲା ଭାରତ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-୨୦ ମ୍ୟାଚ୍ ଜିତି ସିରିଜକୁ ୪-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଶେଷ ଟି-୨୦ ମ୍ୟାଚରେ କଙ୍ଗାରୁ ଟିମକୁ ୬ ରନରେ ମାତ୍ ଦେଇ ସିରିଜକୁ ନିଜ ନାଁରେ କରିଛି ସୂର୍ଯ୍ୟ ବାହିନୀ । ଶେଷ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୬୦ ରନ୍ କରିଥିଲା । ଶ୍ରେୟସଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଅନ୍ୟପଟେ ୧୬୧ ରନର ଟାର୍ଗେଟକୁ ନେଇ ମୈଦାନକୁ ଓହ୍ଳାଇଥିବା ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲା । ଶେଷ ଓଭରରେ ବିଜୟୀ ପାଇଁ ୧୦ ରନ୍ ଆବଶ୍ୟକ ଥିବା ବେଳେ ଅର୍ଶଦୀପ ସିଂ ମାତ୍ର ୩ ରନ୍ ଦେଇଥିଲେ । ଏହାସହ ଭାରତ ଏହି ମ୍ୟାଚକୁ ୬ ରନରେ ବାଜି ମାରି ନେଇଥିଲା । ଭାରତ ପକ୍ଷରୁ ମୁକେଶ କୁମାର ୩ଟି ୱିକେଟ ହାତେଇଥିବା ବେଳେ ଅର୍ଶଦୀପ ଓ ରବି ବିଷ୍ଣୋୟୀ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe