ଏସୀୟ କ୍ରୀଡାରେ ପ୍ରଥମ ଦିନରେ ଭାରତ ହାତେଇଲାଣି ୫ଟି ପଦକ । ନୌଚାଳନାରେ ୨ ସିଲଭର, ଗୋଟିଏ ବ୍ରୋଞ୍ଚ, ବନ୍ଧୁକ ଚାଳନାରେ ୨ଟି ପଦକ ।

172

କନକ ବ୍ୟୁରୋ: ଏସିଆନ୍ ଗେମ୍ସରେ ଭାରତର ଦମ୍ଦାର ପ୍ରଦର୍ଶନ ଆରମ୍ଭ । ପ୍ରଥମ ଦିନରେ ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ପଦକ ହାତେଇଛି । ରୋଇଂରେ ତିନିଟି ଓ ସୁଟିଂରେ ୨ଟି ପଦକ ହାସଲ କରିଛି ଭାରତ । ରୋଇଂରେ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ମେଡାଲ ମିଳିଥିବା ବେଳେ ସୁଟିଂରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି ।

ରୋଇଂରେ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲ କରିଥିବା ବେଳେ ମେନ୍ସ ଏଇଟ୍ରେ ମଧ୍ୟ ରୌପ୍ୟ ପଦକ ମିଳିଛି । ସେହିପରି ରୋଇଂରେ ବାବୁ ଲାଲ ଯାଦବ ଓ ଲେଖ ରାମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ସହ ମହିଳା ୧୦୦ ମିଟର ଏୟାର ରାଇଫଲରେ ମଧ୍ୟ ରୌପ୍ୟ ପଦକ ହାତେଇଛି ଭାରତ । ମେହୁଲି ଘୋଷ, ରମିତା ଓ ଆଶି ଚୌକସି ଏହି ପଦକ ହାତେଇଛନ୍ତି । ସେହିପରି ମହିଳା ୧୦ ମିଟର ଏୟାର ରାଇଫଲରେ ରମିତାଙ୍କୁ ବ୍ରୋଞ୍ଜ ପଦକ ମିଳିଛି ।