କନକ ବ୍ୟୁରୋ: ଏସୀୟ କ୍ରୀଡ଼ା ହକି ମ୍ୟାଚରେ ଭାରତ ରଚିଲା ଇତିହାସ । ଭାରତୀୟ ପୁରୁଷ ହକି ଟିମ୍ ସ୍ୱର୍ଣ୍ଣ ପଦକ ଜିତି ସ୍ୱର୍ଣ୍ଣ ପଦକ ତାଲିକାରେ ଆଉ ଏକ ପଦକ ସାମିଲ କରି ଭାରତୀୟଙ୍କୁ ଦେଲେ ଉପହାର । ଏସୀୟ କ୍ରୀଡ଼ା ଫାଇନାଲରେ ଜାପାନକୁ ହରାଇ ଗୋଲ୍ଡ ଜିତିଲା ଟିମ୍ ଇଣ୍ଡିଆ । ଜାପାନକୁ ୫-୧ ଗୋଲରେ ପରାସ୍ତ କଲା ଭାରତୀୟ ହକି ଟିମ୍ ।
ସବୁଠାରୁ ଖୁସିର କଥା ହେଲା କି, ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜୟ ହାସଲ ସହ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ପୁରୁଷ ହକି ଟିମ୍ । ଏପଟେ ଭାରତର ଏହି ବିଜୟ ପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/post_attachments/wp-content/uploads/2023/10/27-2.jpg)