କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପର ଆଜି ଦ୍ୱିତୀୟ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି । ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଲଢୁଆ ପାର୍ଟନରସିପ ଯୋଗୁଁ ଭାରତ ଏହି ମ୍ୟାଚରେ ୭ ୱିକେଟରେ ବିଜୟ ହାସଲ କରିଛି । ଏହାସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ଟି-୨୦ ସିରିଜରେ ମଧ୍ୟ ବିଜୟୀ ହୋଇଛି ଭାରତ ।
ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ନ୍ୟୁଜିଲାଣ୍ଡ ଦଳ । ନ୍ୟୁଜିଲାଣ୍ଡ ପକ୍ଷରୁ କେହି ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । ଦଳ ପକ୍ଷରୁ ଗ୍ଲେନ ଫିଲିଫ୍ସ ୩୪, ମାର୍ଟିନ ଗପ୍ଟିଲ ଓ ଡାର୍ଲି ମିଚେଲ ୩୧ ଲେଖାଏଁ ରନ କରିଥିଲେ । ଫଳରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ କରିଥିଲା ।
୧୫୪ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ଦୁଇ ଓପନର ଦଳକୁ ଭଲ ଆରମ୍ଭ ଦେଇଥିଲେ । ଦଳ ପକ୍ଷରୁ ରୋହିତ ଶର୍ମା ୫୫ ଓ କେଏଲ ରାହୁଲ ୬୫ ରନ କରିଥିଲେ । ଫଳରେ ଦଳ ୧୭ ଓଭର ୨ଟି ବଲ ଖେଳି ୩ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ପୂରଣ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/11/fgh.jpg)