କନକ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ କ୍ଲିନ ସୁଇପ କଲା ଭାରତ । ଶେଷ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇ ୩-୦ରେ ସିରିଜ କବଜା କଲା ଭାରତ । ଏହି ମ୍ୟାଚରେ ଶ୍ରେୟାସ ଆୟର ଦମଦାର ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଫଳରେ ଏହି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

Advertisment

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା ଦଳ । ଦଳ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଟପ ଅର୍ଡର ଓ ମିଡିଲ ଅର୍ଡରର ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ । ହେଲେ ଶେଷରେ ସାନାକାଙ୍କ ୭୪ ରନର ପାଳି ଯୋଗୁଁ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୪୬ ରନ କରିଥିଲା ।

୧୪୭ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ପକ୍ଷରୁ ୨ ଓପନର ବିଫଳ ହେବା ପରେ ଶ୍ରେୟାସ ଆୟର ଦମଦାର ବ୍ୟାଟିଂ କରିଥିଲେ । ସେ ୭୩ ରନ ଦମଦାର ପାଳି ଖେଳି ୧୬ ଓଭରରେ ଭାରତକୁ ବିଜୟର ଦ୍ୱାରଦେଶରେ ପହଞ୍ଚାଇଥିଲେ ।