କନକ ବ୍ୟୁରୋ: ଆଜି ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏହାସହ ସିରିଜରେ ୨-୦ରେ ଆଗୁଆ ରହି ଭାରତ ସିରିଜ କବଜା କରିଛି । ଏହି ମ୍ୟାଚରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଫଳରେ ଭାରତ ଏହି ମ୍ୟାଚରେ ୪୪ ରନରେ ବିଜୟୀ ହୋଇଛି ।

Advertisment

ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଭାରତ ପକ୍ଷରୁ କେଏଲ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ଚମତ୍କାର ପାର୍ଟନରସିପ କରିଥିଲେ । ରାହୁଲ ୪୯ ରନ କରିଥିଲା ବେଳେ ସୂର୍ଯ୍ୟ କୁମାର ୬୪ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୯ ୱିକେଟ ହରାଇ ୨୩୭ ରନ କରିବାରେ ସଫଳ ହୋଇଥିଲା ।

ପରେ ୨୩୮ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ୱେଷ୍ଟଇଣ୍ଡିଜ । ହେଲେ ଦଳ ସଫଳ ହୋଇ ପାରିନଥିଲା । ଦଳ ପକ୍ଷରୁ ସାମରାହ ବ୍ରୁକ୪୪ ଓ ଅକିଲ ହୁସେନ ୩୪ ରନ କରିବାରେ ସଫଳ ହୋଇଥିଲେ । ସେହିପରି ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୯ ଓଭର ବୋଲିଂ କରି ୧୨ ରନ ଦେଇ ୪ ୱିକେଟ ନେଇଥିଲେ ।