କନକ ବ୍ୟୁରୋ : ବର୍ଡର ଗାଭାସ୍କର ଟ୍ରଫି୨୦୨୩ର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାଜୟର ସାମ୍ନା କରିବାକୁ ପଡିଛି । ଦିଲ୍ଲୀରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଟିମ୍ ୬ ୱିକେଟରେ ବିଜୟଲାଭ କରିଛି । ଏହି ମ୍ୟାଚର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ତାର ସ୍ଥିତି ମଜବୁତ କରିଥିଲେ ବି ତୃତୀୟ ଦିନରେ ଭାରତୀୟ ବୋଲରଙ୍କ ସାମ୍ନାରେ ଧରାଶାୟୀ ହୋଇପଡିଥିଲା କଙ୍ଗାରୁ ଦଳ ।

Advertisment

ଏହି ମୁକାବିଲାରେ ଟସ୍ ଜିତି ପ୍ରଥମେ ଅଷ୍ଟ୍ରେଲିଆର କ୍ୟାପଟେନ ପେଟ କମିସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ ରନ କରି ଅଲଆଉଟ ହୋଇଯାଇଥିଲା । ପ୍ରଥମ ଇନିଂସରେ ମହମ୍ମଦ ସାମୀ ୪ଟି ୱିକେଟ ହାସଲ କରିଥିବା ବେଳେ ଶାମୀ ଓ ଜାଡେଜା ୩ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ସେପଟେ ଭାରତୀୟ ଟିମ୍ ମଧ୍ୟ ପ୍ରଥମ ଇନିଂସରେ ଭଲ ପ୍ରଦର୍ଶନ କରିପାରି ନଥିଲା ଦଳ ୨୬୨ ରନ କରିବାରେ ସଫଳ ହୋଇଥିଲା ।

ଦେଲେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଆଗରେ ପରାଜୟ ସ୍ୱୀକାର କରିଥିଲା ଅଷ୍ଟ୍ରେଲିଆ ଟିମ୍ । ଅଷ୍ଟ୍ରେଲିଆ ଦଳ ଭାରତ ଆଗରେ ୧୧୫ ରନର ଟାର୍ଗେଟ ଦେବା ପରେ ଅଲଆଉଟ ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ଭାରତୀୟ ଦଳ ୪ ୱିକେଟରେ ଏହି ଟାର୍ଗେଟକୁ ହାସଲ କରି ବିଜୟୀ ହୋଇଛି ।