କନକ ବ୍ୟୁରୋ: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଏପି ସିଙ୍କ କହିବା ଅନୁସାରେ ପଳାତକ ମେହୁଲ ଚୌକସିଙ୍କୁ ଭାରତ ଫେରାଇ ଆଣିବାରେ ଅସୁବିଧା ନାହିଁ । ଆଂଟିଗୁଆର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ ମେହୁଲକୁ ତୁରନ୍ତ ଭାରତକୁ ପ୍ରତ୍ୟର୍ପଣ ପାଇଁ ବୟାନ ଦେଇ ସାରିଛନ୍ତି । ହେଲେ ଡୋମିନିକା କୋର୍ଟଙ୍କ ନିଷ୍ପତି ଉପରେ ସବୁ ନିର୍ଭର କରୁଛି । ଡୋମିନିକା କୋର୍ଟଙ୍କ ଆଗରେ ଦୁଇଟି ରାସ୍ତା ରହିଛି, ମେହୁଲକୁ ଆଂଟିଗୁଆକୁ ପଠାଇବା ନହେଲେ ଭାରତ ହାତରେ ସମର୍ପଣ କରିଦେବା ।
ମେହୁଲ ଚୌକସିର ଭାରତ ପ୍ରତ୍ୟାର୍ପଣର ବଡ ବାଧକ ସାଜିପାରେ ମେହୁଲ ଆଣିଥିବା ଅଭିଯୋଗ । ଆଂଟିଗୁଆରୁ ତାକୁ ଅପହରଣ କରି ଡୋମିନିକା ଅଣାଯାଇଥିବା ଅଭିଯୋଗକୁ ଡୋମିନିକା କୋର୍ଟ ଯଦି ଗ୍ରହଣ କରନ୍ତି, ତେବେ ତାହାର ତଦନ୍ତ ହେବ । ଏବଂ ତଦନ୍ତ ପରେ ଆଂଟିଗୁଆକୁ ପଠାଯିବ । ସେହିଠାରୁ ହିଁ ମେହୁଲକୁ ଭାରତ ଅଣାଯାଇ ପାରିବ । ଆଉ ଏପରି ହେଲେ ଡୋମିନିକା ଯାଇଥିବା ଭାରତର ୮ ଜଣିଆ ଟିମକୁ ନିରାଶ ହେବାକୁ ପଡିପାରେ ।
ଆଂଟିଗୁଆରୁ କ୍ୟୁବାକୁ ଫେରାର ହୋଇଯାଉଥିବା ବେଳେ ପଂଜାବ ନେସନାଲ ବ୍ୟାଙ୍କ ଦୁର୍ନୀତିର ଅଭିଯୁକ୍ତ ମେହୁଲ ଚୌକସି ଡୋମିନିକାରେ ଧରାପଡିବା ପରେ ଦେଶରେ ରାଜନୈତିକ ବୟାନବାଜି ମଧ୍ୟ ତେଜିଛି ।
ଡୋମିନିକା କୋର୍ଟରେ ଭାରତ ପକ୍ଷରୁ ମେହୁଲ ଚୌକସି ଏବେ ବି ଭାରତୀୟ ନାଗରିକ ବୋଲି ପ୍ରମାଣ ଦାଖଲ କରାଯିବ । ଦେଶରୁ ଫେରାର ହେବା ଆଗରୁ ନାଗରିକତା ଛାଡିବା ପାଇଁ ଆବଶ୍ୟକ କାଗଜପତ୍ର ମେହଲୁ ଚୌକସି କରିନାହିଁ । ତେଣୁ ଚୌକସିର ଆଧାରକାର୍ଡ, ପାନକାର୍ଡ ଖଣ୍ଡପୀଠ ଆଗରେ ଦସ୍ତାବିଜ ଭାବେ ଦାଖଲ କରାଯିବ । ଏହାଛଡା ଇଂଟରପୋଲ ପକ୍ଷରୁ ମେହୁଲ ଚୌକସି ନାଁରେ ରେଡକର୍ଣ୍ଣର ନୋଟିସ ଜାରି ହୋଇଥିବାରୁ ପ୍ରତ୍ୟାବର୍ତନକୁ କୋର୍ଟ ମଂଜୁରୀ ଦେବେ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/nationalherald_2018-09_2a2f7dd1-0835-44eb-9683-a1198d373b60_Mehul_Choksi.jpg)