ବିଶ୍ୱକପ୍ ପୂର୍ବରୁ ଭାରତ ଖେଳିବ ମାତ୍ର ୧୫ଟି ଦିନିକିଆ ! ଏଭଳି ପ୍ରଦର୍ଶନ କଲେ କେମିତି ଚାମ୍ପିୟନ୍ ହେବ ଟିମ୍ ଇଣ୍ଡିଆ ।

40

ଆଉ ମାତ୍ର ୬ ମାସ ପରେ ଇଂଲଣ୍ଡ ଠାରେ କ୍ରିକେଟ ବିଶ୍ୱକପ୍ ୨୦୧୯ ଆରମ୍ଭ ହେବ । କ୍ରିକେଟ ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଭାରତ ୧୫ଟି ଦିନିକିଆ ମ୍ୟାଚ ଖେଳିବ । ମାତ୍ର ଭାରତୀୟ ଟିମ୍ ଯେଭଳି ଭାବରେ ପ୍ରଦର୍ଶନ କରୁଛି, ଆଗାମୀ ବିଶ୍ୱକପରେ ଚାମ୍ପିଅନ୍ ହେବା ଭଳି ଲାଗୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଚଳିତ ଶୃଙ୍ଖଳା ।

ଭାରତ ସୋମବାର ମୁମ୍ବାଇରେ ୪ର୍ଥ ଦିନିକିଆ ମ୍ୟାଚ୍ ଦମଦାର ପ୍ରଦର୍ଶନ କରୁଥିବା ୱେଷ୍ଟଇଣ୍ଡିଜକୁ ଭେଟିବ । ଏହି ମ୍ୟାଚରେ ଭାରତୀୟ ଟିମକୁ ସଠିକ୍ ଭାବରେ ସନ୍ତୁଳନ ରଖିବାକୁ ହେବ । ଭାରତୀୟ ଟିମ୍ ଶନିବାର ପୁନେରେ ୫ଜଣ ଅଭିଜ୍ଞତା ସଂପନ୍ନ ବୋଲରଙ୍କୁ ନେଇ ଖେଳିଥିଲା । ତଥାପି ମ୍ୟାଚ ହାରିବାକୁ ପଡ଼ିଥିଲା । ଏହା ୱେଷ୍ଟଇଣ୍ଡିଜର ଚଳିତ ଭାରତ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଥମ ପରାଜୟ ।

ଶୃଙ୍ଖଳା ଏବେ ୧-୧ରେ ଥିବା ବେଳେ ଆଗକୁ ୨ଟି ଦିନିକିଆ ଖେଳିବାର ଅଛି । ବିରାଟ କୋହଲିଙ୍କ ଟିମ୍ ଯଦି ଶୃଙ୍ଖଳାରେ ଅଗ୍ରଣୀ ଲାଭ କରିବାକୁ ଚାହିଁବ, ୪ର୍ଥ ଦିନିକିଆରେ ରଣନୀତି ଶୈଳୀ ପରିବର୍ତ୍ତନ କରିବାକୁ ପଡ଼ିବ । ଟେଷ୍ଟ ଶୃଙ୍ଖଳାରେ ହାରିବା ପରେ ୱେଷ୍ଟଇଣ୍ଡିଜ ଦିନିକିଆରେ ଭଲ ପ୍ରଦର୍ଶନ କରୁଛି । ମଧ୍ୟ କ୍ରମରେ ବ୍ୟାଟ୍ସମ୍ୟାନମାନେ ସବୁବେଳେ ଅନୁନ୍ନତ ଖେଳୁଥିବାରୁ ଟିମ ଇଣ୍ଡିଆ ବେଳେ ବେଳେ ମ୍ୟାଚ ହାରି ଯାଉଛି । ଟି-୨୦ରୁ ବାହାର ହୋଇଥିବା ଧୋନି ଫର୍ମକୁ ଫେରିବାକୁ ଉଦ୍ୟମ କରିବେ । ଅବାନ୍ତି ରାୟଡୁଙ୍କୁ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ ।