୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି : ସିଇବିଆର ରିପୋର୍ଟରେ ପ୍ରକାଶ ପାଇଲା ତଥ୍ୟ , କରୋନା ନଥିଲେ ୨୦୧୯ରେ ପଂହଚିଥାନ୍ତା ୫ମ ରେ  

164

୨୦୨୫ ମସିହା ସୁଦ୍ଧା ଭାରତ ସାରାବିଶ୍ୱରେ ପଂଚମ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହେବ ଏବଂ ୨୦୩୦ ବେଳକୁ ଏହା ତୃତୀୟ ସ୍ଥାନକୁ ଆସିବ । ଏହି ସ୍ଥାନରେ ଭାରତ ୨୦୩୫ ପର୍ଯ୍ୟନ୍ତ ବଜାୟ ରହିବ । ୨୦୨୮ରେ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରିବ ଚାଇନା । ଏକ ବଡ ଅର୍ଥନୈତିକ ଗବେଷଣା ସଂସ୍ଥା ଏହି ରିପୋର୍ଟ ଦେଇଛି ।

ଦି ସେଂଟର ଫର ଇକୋନମିକ ଆଣ୍ଡ ବିଜନେଓ ରିସର୍ଚ୍ଚ—ସିଇବିଆର ଦ୍ୱାରା ପ୍ରସ୍ତୁତ ୱାର୍ଲଡ ଇକୋନମିକ ଲିଗ ଟେବୁଲ ୨୦୨୧ ରେ ଏହି ରିପୋର୍ଟ ପ୍ରକାଶ ପାଇଛି । କୋଭିଡ -୧୯ପ୍ରଭାବ ବିଶ୍ୱ ଅର୍ଥନୀତିରେ କିପରି ରହିଛି ସେହି ପରିପ୍ରେକ୍ଷୀରେ ପ୍ରକାଶ ପାଇଛି ରିପୋର୍ଟ । ୨୦୧୯ରେ ଭାରତ ୟୁକେ ଏବଂ ଫ୍ରାନସକୁ ଅତିକ୍ରମ କରି ପଂଚମ ସ୍ଥାନରେ ପହଂଚିଥାନ୍ତା । କିନ୍ତୁ କୋଭିଡ-୧୯ କାରଣରୁ ଏହା ସମ୍ଭବ ହୋଇପାରିଲା ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।