୨୦୨୫ ମସିହା ସୁଦ୍ଧା ଭାରତ ସାରାବିଶ୍ୱରେ ପଂଚମ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହେବ ଏବଂ ୨୦୩୦ ବେଳକୁ ଏହା ତୃତୀୟ ସ୍ଥାନକୁ ଆସିବ । ଏହି ସ୍ଥାନରେ ଭାରତ ୨୦୩୫ ପର୍ଯ୍ୟନ୍ତ ବଜାୟ ରହିବ । ୨୦୨୮ରେ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରିବ ଚାଇନା । ଏକ ବଡ ଅର୍ଥନୈତିକ ଗବେଷଣା ସଂସ୍ଥା ଏହି ରିପୋର୍ଟ ଦେଇଛି । /kanak/media/post_attachments/wp-content/uploads/2020/12/freepressjournal_2020-03_5e4a86e4-295c-49ae-9d41-4be296cb1b93_Economy-300x225.jpg)
ଦି ସେଂଟର ଫର ଇକୋନମିକ ଆଣ୍ଡ ବିଜନେଓ ରିସର୍ଚ୍ଚ—ସିଇବିଆର ଦ୍ୱାରା ପ୍ରସ୍ତୁତ ୱାର୍ଲଡ ଇକୋନମିକ ଲିଗ ଟେବୁଲ ୨୦୨୧ ରେ ଏହି ରିପୋର୍ଟ ପ୍ରକାଶ ପାଇଛି । କୋଭିଡ -୧୯ପ୍ରଭାବ ବିଶ୍ୱ ଅର୍ଥନୀତିରେ କିପରି ରହିଛି ସେହି ପରିପ୍ରେକ୍ଷୀରେ ପ୍ରକାଶ ପାଇଛି ରିପୋର୍ଟ । ୨୦୧୯ରେ ଭାରତ ୟୁକେ ଏବଂ ଫ୍ରାନସକୁ ଅତିକ୍ରମ କରି ପଂଚମ ସ୍ଥାନରେ ପହଂଚିଥାନ୍ତା । କିନ୍ତୁ କୋଭିଡ-୧୯ କାରଣରୁ ଏହା ସମ୍ଭବ ହୋଇପାରିଲା ନାହିଁ ବୋଲି ରିପୋର୍ଟରେ କୁହାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/2_07_31_33_economy_1_H@@IGHT_455_W@@IDTH_682.jpg)