ଚିନ୍ତା ବଢ଼ାଇଲା ସଂଯୁକ୍ତ ରାଷ୍ଟ୍ରର ଜନସଂଖ୍ୟା ରିପୋର୍ଟ : ଆଗାମୀ ୮ ବର୍ଷରେ ଚୀନକୁ ପଛରେ ପକାଇ ଦୁନିଆର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ ଭାରତ !

383

ଭାରତ ବର୍ଷ ୨୦୨୭ ପାଖାପାଖି ଚୀନକୁ ପଛରେ ପକାଇ ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇପାରେ । ଭାରତର ଜନସଂଖ୍ୟାରେ ୨୦୫୦ ପର୍ଯ୍ୟନ୍ତ ୨୭.୩ କୋଟିର ବୃଦ୍ଧି ହୋଇପାରେ । ଏହାସହିତ ଭାରତ ଶତାବ୍ଦୀର ଶେଷରେ ଦୁନିଆରେ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ବନିପାରେ । ସଂଯୁକ୍ତ ରାଷ୍ଟର ଆର୍ଥିକ ଏବଂ ସମାଜିକ ମାମଲା ବିଭାଗର ପପ୍ୟୁଲେସନ ଡିଭିଜନ୍ ‘ଦ ୱାଲର୍ଡ ପପ୍ୟୁଲେସନ୍ ପ୍ରୋସପେକ୍ଟ ୨୦୧୯ ହାଇଲାଇଟ୍ସ’ରେ ପ୍ରକାଶ କରିଛି ।

ଏହି ରିପୋର୍ଟରେ କୁହାଯାଇଛି କି, ଆସନ୍ତା ୩୦ବର୍ଷରେ ବିଶ୍ୱର ଜନସଂଖ୍ୟା ଦୁଇ ଅରବ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି । ୨୦୫୦ ପର୍ଯ୍ୟନ୍ତ ଜନସଂଖ୍ୟା ୭.୭ ଅରବରୁ ବଢ଼ି ୯.୭ ଅରବ ପର୍ଯ୍ୟନ୍ତ ପହଂଚିବାର ଅନୁମାନ ରହିଛି । ଏହି ଅଧ୍ୟୟନ ମୁତାବକ, ବିଶ୍ୱର ଜନସଂଖ୍ୟା ଏହି ଶତାବ୍ଦୀର ଶେଷରେ ପାଖାପାଖି ୧୧ ଅରବ ପର୍ଯ୍ୟନ୍ତ ପହଂଚିବାର ସମ୍ଭାବନା ଅଛି । ଜାରି ହୋଇଥିବା ରିପୋର୍ଟ ଅନୁସାରେ, ୨୦୫୦ ପର୍ଯ୍ୟନ୍ତ ବିଶ୍ୱ ସ୍ତରରେ ଜନସଂଖ୍ୟାରେ ଯେଉଁ ବୃଦ୍ଧି ହେବ ସେମଧ୍ୟରୁ ଅଧା ବୃଦ୍ଧି ଭାରତ, ନାଇଜେରିଆ, ପାକିସ୍ତାନ, ଡେମୋକ୍ରେଟିକ୍ ରିପବ୍ଲିକ୍ ଅଫ କଙ୍ଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡୋନେସିଆ, ଇଜିପ୍ଟ ଓ ଆମେରିକାରେ ହେବାର ଅନୁମାନ କରାଯାଉଛି ।