କନକ ବ୍ୟୁରୋ: ଭାରତର ଭବିଷ୍ୟତ ସୁରକ୍ଷା ମାମଲାରେ ଦୀର୍ଘ ଦିନ ଧରି ଆମଦାନୀ ଉପରେ ନିର୍ଭରଶୀଳ ହୋଇ ରହିବ ନାହିଁ । ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ ସମୟ ଏବେ ଆସିଯାଇଛି, ଆମେ କେବଳ ନିଜର ଅବଶ୍ୟକତା ପୂରଣ କରିବାକୁ ସକ୍ଷମ ହେବାନି ବରଂ ଏହାସହ ଆମକୁ ଦେଶର ସ୍ୱତନ୍ତ୍ରତା ମଧ୍ୟ ରକ୍ଷା କରିବାର ସମୟ ଆସିଯାଇଛି ବୋଲି ରାଜନାଥ ସିଂହ କହିଛନ୍ତି ।
ଋଷ- ୟୁକ୍ରେନ ମଧ୍ୟରେ ଯେଉଁଭଳି ଯୁଦ୍ଧ ଚାଲିଛି ତାହା ସାରା ବିଶ୍ୱ ପାଇଁ ଏକ ଶିକ୍ଷା । । ଏହି ଯୁଦ୍ଧରୁ ସ୍ପଷ୍ଟ ହୋଇଛି ଯେ କେବଳ ପ୍ରତିରକ୍ଷା ଯୋଗାଣରେ ନୁହେଁ ବରଂ ଜାତୀୟ ହିତ କରାଯାଉଥିବା ବ୍ୟବସାୟିକ କାରବାରରେ ମଧ୍ୟ ଅଶାନ୍ତିକର ବାତାବରଣ ସୃଷ୍ଟି ହୋଇଥାଏ । ରାଜନାଥ ସିଂ କହିଛନ୍ତି ଯେ ଭାରତ ନିଜର ପ୍ରତିରକ୍ଷା ଅବଶ୍ୟକତା ପାଇଁ ମସ୍କୋ ଉପରେ ନିର୍ଭରଶୀଳ ଏବଂ ଏହି କାରଣରୁ ୟୁକ୍ରେନ୍ ସହ ଋଷର ଯୁଦ୍ଧ ଯୋଗୁଁ ଭାରତ ପଶ୍ଚିମ ରାଷ୍ଟ୍ର ସହ ଚିନ୍ତାଜନକ ସ୍ଥିତିକୁ ଆସିଛି ।
ପଶ୍ଚିମ ଦେଶ ଚାହୁଁଛନ୍ତି ଯେ, ଭାରତ ଯୁ୍ଦ୍ଧକୁ ବିରୋଧ କରି ଯୁଦ୍ଧକୁ ଶେଷ କରିବାକୁ ପ୍ରୟାସ କରୁ । ହେଲେ ଭାରତ ନୀରବ । ଏହାକୁ ନେଇ ଆମେରିକା ଅନେକ ଥର ଭାରତକୁ ପରୋକ୍ଷ ଭାବେ ନିନ୍ଦା ମଧ୍ୟ କରିଛି । ତେଣୁ ସମୟ ଆସିଛି ଦେଶର ସୁରକ୍ଷା ପାଇଁ ଆମେ ଟେକ୍ନୋଲୋଜିର ବିକାଶ ଓ ମାନବ ସମ୍ବଳ ପରିଚାଳନା କରିବା ଯେଉଁଥିରେ ଆମେ ସ୍ପେଶ୍ ଆଟାକ୍ ଓ ସ୍ପେସ୍ ସମ୍ପତ୍ତିର ସୁରକ୍ଷା ମଧ୍ୟ କରିପାରିବା ବୋଲି ଏକ ସଭାରେ କହିଛନ୍ତି ରାଜନାଥ ସିଂହ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/singh.jpg)