କନକ ବ୍ୟୁରୋ: ଦେଶକୁ ଆଗାମୀ ଦିନରେ ଦରକାର ଏକ ଲକ୍ଷ ଡ୍ରୋନ ପାଇଲଟ । ମଙ୍ଗଳବାର ଏଭଳି ପ୍ରତିକ୍ରିୟା ରଖିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ନୀତି ଆୟୋଗର ଏକ ବୈଠକରେ ଯୋଗଦେଇ ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରାଳୟ ଦେଶର ବିଭିନ୍ନ ସ୍ଥାନରେ ଡ୍ରୋନ ସେବା ବଢାଇବାକୁ ଦାବି କରିଛନ୍ତି ।
Got a chance to meet & interact with the young &energetic drone community at the launch of @NITIAayog's Experience Studio on Drones.Under the leadership of PM Sh @narendramodi ji & the dynamism of our youth,India will rise rapidly to become a global drone hub by 2030.@amitabhk87 pic.twitter.com/jFlhY8wQ1b
— Jyotiraditya M. Scindia (@JM_Scindia) May 10, 2022
ସିନ୍ଧିଆ କହିଛନ୍ତି, ଆମେ ଡ୍ରୋନ କ୍ଷେତ୍ରରେ ତିନିସ୍ତରରେ କାମ କରୁଛୁ । ପ୍ରଥମ ସ୍ତରଟି ହେଉଛି ନୀତି ନିର୍ଣ୍ଣୟ ା ଆପଣମାନେ ଦେଖୁଛନ୍ତି ଆମେ କେତେ ଶୀଘ୍ର ନୀତି ତିଆରି କରି ତାର କ୍ରିୟାନ୍ୱୟନ କରୁଛୁ । ସେହିଭଳି ଦ୍ୱିତୀୟ ସ୍ତରଟି ହେଉଛି ପ୍ରୋତ୍ସାହନ । ଉତ୍ପାଦନ ଆଧାରିତ ପ୍ରୋତ୍ସାହନ(ପିଏଲଆଇ) ଯୋଜନା ଦେଶରେ ଡ୍ରୋନ ନିର୍ମାଣ ଏବଂ ସେବା ବଢାଇବା ଦିଗରେ କାମ କରୁଛି । ୨୦୨୧ ସେପ୍ଟେମ୍ବର ମାସରେ ଏହି କ୍ଷେତ୍ର ପାଇଁ ପିଏଲଆଇ ଲାଗୁ କରାଯାଇଥିଲା ।
ସେହିଭଳି ତୃତୀୟ ସ୍ତରଟି ଘରୋଇ ଚାହିଦା ସୃଷ୍ଟି କରିବା । କେନ୍ଦ୍ର ସରକାରଙ୍କ ୧୨ଟି ମନ୍ତ୍ରାଳୟ ଏଥିପାଇଁ କାମ କରୁଛନ୍ତି । ଏହା କରିବା ସହ ସେମାନେ ଚାହିଦା ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଦ୍ୱାଦଶ ଶ୍ରେଣୀ ପାସ କରିଥିବା ବ୍ୟକ୍ତିଙ୍କୁ ଡ୍ରୋନ ପାଇଲଟର ପ୍ରଶିକ୍ଷଣ ଦିଆଯାଇପାରିବ । ଏଥିପାଇଁ କଲେଜରୁ ଡିଗ୍ରୀ ନେବାର କୌଣସି ଆବଶ୍ୟକତା ନାହିଁ । ମାତ୍ର ୨ରୁ ୩ ମାସ ମଧ୍ୟରେ ଜଣେ ଶିକ୍ଷାର୍ଥୀ ପ୍ରଶିକ୍ଷଣ ପୂରା କରିବା ସହ ମାସିକ ୩୦ ହଜାର ଟଙ୍କା ଆୟ କରିପାରିବ ।