କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପରେ ଆଜି ଶ୍ରୀଲଙ୍କାକୁ ଭେଟିବ ଭାରତ । ଚଳିତ ବିଶ୍ୱକପରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ଭାରତ ଏଯାଏଁ ୬ଟି ମ୍ୟାଚ୍ ଖେଳିଥିବା ବେଳେ ୬ଟି ଯାକ ମ୍ୟାଚ୍ ଜିତିସାରିଛି । ଫଳରେ ସେମିଫାଇନାଲରେ ସ୍ଥାନ ଏକପ୍ରକାର ପକ୍କା ହୋଇସାରିଛି ।
ତେବେ ଶ୍ରୀଲଙ୍କା ବିପକ୍ଷରେ ବିଜୟ ଭାରତ ପାଇଁ ସେମିଫାଇନାଲ ଟିକେଟ ନିଶ୍ଚିତ କରିଦେବ । ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ଭାର୍-ଶ୍ରୀଲଙ୍କା ମ୍ୟାଚ୍ ଖେଳାଯିବ । ଭାରତ ଏଯାଏଁ ବୋଲିଂ, ବ୍ୟାଟିଂ ଓ ଫଲ୍ଡିଂରେ ଦମଦାର ପ୍ରଦର୍ଶନ କରିଆସିଛି । ସେହି ଫର୍ମକୁ ଜାରି ରଖି ଶ୍ରୀଲଙ୍କାକୁ ହରାଇବାକୁ ସବୁ ପ୍ରକାର ଚେଷ୍ଟା କରିବ ରୋହିତ ଶର୍ମାଙ୍କ ଟିମ୍ । ତେବେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ ଖେଳିବେନି । ବାଂଲାଦେଶ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟା ଆହତ ହୋଇଥିଲେ । ଏହାପରେ ସେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଖେଳିପାରି ନଥିଲେ । ତେବେ ସେ ସୁସ୍ଥ ହେଉଛନ୍ତି ଓ ଶେଷ ଲିଗ ମ୍ୟାଚ୍ ଖେଳିବାର ସମ୍ଭାବନା ଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/s.jpg)