କନକ ବ୍ୟୁରୋ : ବିଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତକୁ ଭୁରି ଭୁରି ପ୍ରଂଶସା । ଜାପାନ ମିଡିଆ ପିଏମ ମୋଦୀଙ୍କୁ ପ୍ରଂଶସା କରି ୨୦୨୩ ଭାରତ ପାଇଁ ଶୁଭହେବ ବୋଲି କହିଛି । ଏଥିସହ ଭାରତ ବିଶ୍ୱରେ ତୃତୀୟ ଶକ୍ତି ଭାବେ ଉଭା ହେବ ବୋଲି କହିଛି । ଏହି ରିପୋର୍ଟରେ ଚୀନ ଆମେରିକା ସମ୍ପର୍କରେ ମଧ୍ୟ କୁହାଯାଇଛି । ଜାପାନ ଗଣମାଧ୍ୟମ ନିକ୍କୋଇ ଏସିଆର ମୁଖ୍ୟ ସମ୍ପାଦକ ଏକ ଆଟିର୍କିଲରେ ଭାରତକୁ ପ୍ରଂଶସା କରାଯାଇଛି ।
୨୦୧୩ରେ ଆମେରିକା, ଚୀନ ପରେ ଭାରତ ତୃତୀୟ ଶକ୍ତି ହେବାକୁ ଯାଉଛି । ୨୦୨୩ ପାଇଁ ଆରମ୍ଭରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କ୍ଷମତା ହ୍ରାସ ପାଇବ ନାହିଁ । ଚୀନ ବିରୋଧରେ ବାଇଡେନ କଡା ଆଭିମୁଖ୍ୟ ଦେଖାଇବା ବ୍ୟତିତ ଅନ୍ୟ କିଛି ବିକଳ୍ପ ରହିବ ନାହିଁ । ଚୀନ-ଆମେରିକା ଉତେଜନା ଭିତରେ ଭାରତ ଏହାର ଲାଭ ଉଠାଇବ । ଟେକ୍ନୋଲୋଜିରେ ଭାରତ ଆଗଉଛି । ଆମେରିକା, ଜାପାନ, ଅଷ୍ଟ୍ରେିଲିଆ ସହ ଭାରତର ସୁ-ସମ୍ପର୍କ ରହିଛି । ସେହିପରି ରୁଷ ଭାରତକୁୁ ଅସ୍ତ୍ରଶସ୍ତ୍ର , ତୈଳ ଆମଦାନୀ କରୁଛି, ଯାହା ଭାରତ ପାଇଁ କୁଟନୀତିରେ ବେଶ୍ ସହାୟକ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/7-4.jpg)