ଭାରତ ଆସିବ ‘ଆମେରିକା ଶିକାରୀ’ । ଜଳ ହେଉ କି ସ୍ଥଳ ସବୁଠି ଶତ୍ରୁକୁ ଖୋଜି କରିବ ନିପାତ।

207

କନକ ବ୍ୟୁରୋ: ଶତ୍ରୁର କାର୍ଯ୍ୟକଳାପ ଉପରେ ଗୁପ୍ତ ଭାବେ ନଜର ରଖିବାକୁ ଆସୁଛି ଧୁରନ୍ଦର ଶିକାରୀ । ସମୁଦ୍ର ହେଉ ବା ପାହାଡ ସବୁଠି ଶତ୍ରୁକୁ ଖୋଜି ବାହାର କରିବା ସହ ନିପାତ କରିବ  । ଦୁନିଆଁର ସବୁଠୁ ଶକ୍ତିଶାଳୀ ଶିକାରୀ ଯାହାର ନାଁ ହେଉଛି ‘ଆର୍ମଡ୍ ଏମ-କ୍ୟୁ-୯-ବି ପ୍ରିଡେଟର ଡ୍ରୋନ’ ।

ଭାରତର ସେନାକୁ ବଡ ବଡ ଦେଶ ସ୍ୱୀକାର କରିଛନ୍ତି । ପାକିସ୍ତାନ ଓ ଚୀନ ସହ ବିବାଦ ଭିତରେ ନିଜ ରକ୍ଷା କବଚକୁ ଅଧିକରୁ ଅଧିକ ସଶକ୍ତ କରିବାରେ ଲାଗିଛି ଭାରତ । ଏଥିପାଇଁ ଆମେରିକା , ଋଷ  ଓ ଇଜ୍ରାଏଲ ସହ ନିଜ ସେନା ଶକ୍ତିକୁ ମଜବୁତ କରିବାରେ ଲାଗିଛି । ଏହି କ୍ରମରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଋଷର ଏସ୍-୪୦୦ ପରେ ଏବେ ଆମେରିକାର ଏହି ଖାସ୍ ହତିଆର ଉପରେ ଭାରତର ନଜର । ଆସନ୍ତା ବର୍ଷ ସୁଦ୍ଧା ଆମେରିକା ଠାରୁ ୩୩ଟି ପ୍ରିଡେଟର ଡ୍ରୋନ କିଣିବାକୁ ଲକ୍ଷ୍ୟ ରଖିଛି ଭାରତ  । ୩ ସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କିଣାହେବାକୁ ଯାଉଥିବା ଏହି ପ୍ରିଡେଟର ଡ୍ରୋନ । ଏଥି ପାଇଁ ୨୨ ହଜାର କୋଟି ବ୍ୟୟ ଅଟକଳ ହୋଇଛି ।

ଆକାଶ ମାର୍ଗରୁ ଆକ୍ରମଣ କରି ଆଖିପିଛୁଳାକେ ଶତ୍ରୁକୁ ନିପାତ କରିବାକୁ ସକ୍ଷମ ଏହି ଡ୍ରୋନ୍ କିଣବା ପ୍ରସ୍ତାବ ଉପରେ ଖୁବ ଶିଘ୍ର ମଂଜୁରୀ ମିଳିବାକୁ ଯାଉଛି । ଭାରତୀୟ ସେନା ଏହି ଡ୍ରୋନକୁ କିଣିବା ଉପରେ ପ୍ରସ୍ତାବ ଦେବା ପରେ ସରକାର ଏହାର ଜ୍ଞାନକୌଶଳ , କ୍ଷମତା ଓ ବଜେଟ୍ ଉପରେ ଅନେକ ବିଚାର ବିମର୍ଶ କରିବା ପରେ ଏହାକୁ ମଂଜୁରୀ ଦେବାକୁ ଯାଉଛନ୍ତି । ଏଥିରୁ ସ୍ଥଳସେନା , ନୌବାହିନୀ ଓ ବାୟୁସେନାକୁ ୧୦ଟି ଲେଖାଏଁ ଡ୍ରୋନ ମିଳିବ ।ଏହାକୁ ଆମେରିକାର ପ୍ରତିରକ୍ଷା ବିଭାଗ ପ୍ରସ୍ତୁତ କରିଛି । ଆସନ୍ତୁ ଜାଣିବା ଏହାର ମାରକ କ୍ଷମତା ବିଷୟରେ :

ଏହି ଡ୍ରୋନ ୩୬.୧ ଫୁଟ ଲମ୍ବ, ୧୨. ୬ ଫୁଟ ଉଚ୍ଚ ଓ ୨୨୨୩ କେଜି ଓଜନ ବିଶିଷ୍ଟ ।

ଘଣ୍ଟା ପ୍ରତି ଏହାର ବେଗ ୪୮୨ କିଲୋମିଟର ।

ଏହା ୫୦ ହଜାର ଫୁଟ ଉଚ୍ଚରୁ ଶତ୍ରୁ ଉପରେ ମିଶାଇଲ ଆକ୍ରମଣ କରିପାରେ ।

ଏହି ପ୍ରିଡେଟର ଡ୍ରୋନ୍ ୩୫ ଘଣ୍ଟାରୁ ଅଧିକ ସମୟ ଆକାଶରେ ଉଡିପାରେ ।

ସ୍ଥଳଭାଗ ବ୍ୟତୀତ ଏଥିରେ ସଂଲଗ୍ନ ସ୍ୱତନ୍ତ୍ର ରାଡାର ସମୁଦ୍ର ଗଭୀରତାରେ ଶତ୍ରୁୁର ବୁଡା ଜାହାଜର ଗତିବିଧିକୁ ଜଣାଇବା ସହ ଆକ୍ରମଣ କରିପାରିବ ।

ଏହାର ଥର୍ମାଲ ସେନସର କ୍ୟାମେରା ରାତିର ଘନ ଅନ୍ଧକାର ଭିତରେ ବି ଶତ୍ରୁର ଗତିବିଧକୁ ଧରିପାରିବ ।

ଏହାକୁ ଦୁଇଜଣ ପାଇଲଟ୍ ଗ୍ରାଉଣ୍ଡ ଷ୍ଟେସନରେ ରହି ଚଳାଇପାରିବେ ।

ଏହା ବ୍ୟତୀତ ଏଥିରେ ଆହୁରି ଅନେକ ଅତ୍ୟାଧୁନିକ ଜ୍ଞାନ କୌଶଳ ରହିଛି । ଗୁଇନ୍ଦାଗିିରି ସହ ନିରୀକ୍ଷଣ, ସୂଚନା ସଂଗ୍ରହ ସହ ଗୁପ୍ତ ଭାବେ ଶତ୍ରୁୁର ଆଡାକୁ ଧ୍ୱ୍ୱଂସ କରିଦେଇପାରେ । ସୁଉଚ୍ଚ ସ୍ଥାନରୁ ଗୁଇନ୍ଦାଗିରିରେ ବ୍ୟବହାର କରିବା ପାଇଁ ଏହାକୁ ନିର୍ମାଣ କରାଯାଇଛି । ପାକିସ୍ତାନ ଓ ଚୀନ ସମୀରେ ଭାରତର ସୁରକ୍ଷା ପାଇଁ ଏହା ବିଶେଷ ସହାୟକ ହେବ ବୋଲି ସେନା ପକ୍ଷରୁ କୁହାଯାଇଛି । ପୂର୍ବ ଲଦାଖରେ ଚୀନ ସେନା ସହ ବିବାଦ ଓ ଜମ୍ମୁ ଏୟାର ବେସ୍ ଉପରେ ଡ୍ରୋନ ଆକ୍ରମଣ ପରେ ପ୍ରିଡେଟର ଡ୍ରୋନ୍ କିଣିବା ଉପରେ ଗୁରୁତ୍ୱ ଦେଇଛନ୍ତି ଭାରତ ସରକାର । ୨୦୧୯ରେ ଏହାକୁ ଲିଜ୍ ସୂତରେ ପାଇଥିବା ଭାରତ ଏବେ ଏହାକୁ କିଣିପାପରେ । ଏହି ଡ୍ରୋନ୍ ଭାରତୀୟ ସେନାରେ ସାମିଲ ହେଲେ ସୀମାର ସୁରକ୍ଷା ସେନା ପାଇଁ ଆହୁରି ସହଜ ହେବ ବୋଲି କୁହାଯାଉଛି ।