କନକ ବ୍ୟୁରୋ: ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନକିଆ ମ୍ୟାଚ୍ । ଏହି ମ୍ୟାଚରେ ବିଜୟୀ ହୋଇ ସିରିଜକୁ ବରାବର କରିବାକୁ ଚାହିଁବ ଟିମ୍ ଇଣ୍ଡିଆ । ହେଲେ ଯଦି ଭାରତ ଆଜିର ମ୍ୟାଚ୍ ହାରିଯାଏ ତେବେ ଏହା ହେବ ସୁବୁଠୁ ଲଜ୍ଜାଜନକ ରେକର୍ଡ ।

Advertisment

ଟିମ ଇଣ୍ଡିଆ ଯଦି ରାଞ୍ଚିରେ ହେବାକୁ ଥିବା ମ୍ୟାଚରେ ପରାଜିତ ହୁଏ, ତେବେ ଦିନିକିଆରେ ଟିମ୍ ପାଇଁ ଐତାହାସିକ ପରଜାୟ ହେବ । ଟିମ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ମୋଟ ୧୦୧୨ ଦିନିକିଆ ମ୍ୟାଚ୍ ଖେଳିଛି, ଯାହା କୌଣସି ଟିମ୍ ଦ୍ୱାରା ଖେଳାଯାଇଥିବା ସର୍ବାଧିକ ଦିନିକିଆ ମ୍ୟାଚ୍ । ଏଥିରୁ ଟିମ ଇଣ୍ଡିଆ ୫୨୯ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪୩୩ ମ୍ୟାଚରେ ପରାଜିତ ହୋଇଛି । ଟିମ ଇଣ୍ଡିଆର ୯ଟି ମ୍ୟାଚ୍ ଟାଇ ରହିଛି ।

ଦିନିକିଆରେ ସବୁଠୁ ଅଧିକ ପରାଜିତ ଟିମ
ଶ୍ରୀଲଙ୍କା-୪୩୪
ଭାରତ-୪୩୩
ୱେଷ୍ଟଇଣ୍ଡିଜ୍-୪୦୨

ଦିନିକିଆରେ ସବୁଠୁ ଅଧିକ ବିଜୟୀ ଟିମ୍
ଅଷ୍ଟ୍ରେଲିଆ ୫୮୯
ଭାରତ-୫୨୯
ପାକିସ୍ତାନ- ୪୯୮

ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ହୋଇଥିବା ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା । ଆଜି ହେବାକୁ ଥିବା ମ୍ୟାଚ୍ ମଧ୍ୟ କିଛି ମାତ୍ରାରେ ବର୍ଷାରେ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ ଆଜି ରାଞ୍ଚିିରେ ୨୫ ପ୍ରତିଶତ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।