ଆମେରିକାରୁ ଭାରତକୁ ମିଳିବ ଟିକା ! ଅନ୍ୟ ଦେଶଙ୍କୁ ଟିକା ଦେବାକୁ ଆମେରିକାର ଯୋଜନା ।

384

କନକ ବ୍ୟୁରୋ : ଆମେରିକାରୁ ଭାରତକୁ ମିଳିବ ଟିକା ! ଅନ୍ୟ ଦେଶଙ୍କୁ ଟିକା ଦେବାକୁ ଆମେରିକାର ଯୋଜନା । ଟିକା ଅଭାବ ଭାରତରେ ଏକ ବଡ଼ ସମସ୍ୟା ପାଲଟିଥିବା ବେଳେ ଟିକା ଉତ୍ପାଦନ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି । ଏହାସହ ବିଦେଶରୁ ଟିକା ଆମଦାନୀ ନେଇ ମଧ୍ୟ ଚେଷ୍ଟା କରାଯାଉଛି । ଏପରି ସମୟରେ ଆମେରିକାରୁ ଭାରତକୁ କିଛି ଟିକା ମିଳିବାର ସମ୍ଭାବନା ଉଜ୍ୱଳ ହୋଇଛି । କାରଣ ଖୁବଶୀଘ୍ର ଆମେରିକା ସରକାର ବିଦେଶକୁ ପ୍ରାୟ ଅଢ଼େଇ କୋଟି ଟିକା ପଠାଇବାକୁ ଯୋଜନା କରୁଛନ୍ତିି । ବିଭିନ୍ନ ଦେଶକୁ ଏହି ଟିକା ପଠାଇବାକୁ ଆମେରିକାର ଯୋଜନା ଥିବା ବେଳେ ଭାରତକୁ ମଧ୍ୟ ଏଥିରୁ କିଛି ଟିକା ମିଳିବାର ବେଶ୍ ସମ୍ଭାବନା ରହିଛି । ଏନେଇ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ ସୂଚନା ଦେଇଛନ୍ତି ।

ଦୁଇଟି ବର୍ଗରେ ବିଭିନ୍ନ ଦେଶଙ୍କୁ ଆମେରିକାର ବାଇଡେନ୍ ପ୍ରଶାସନ ଟିକା ଦେବ । ଗୋଟିଏ କୋଭାକ୍ସ ପ୍ରୟାସ ବା ସବୁ ଦେଶଙ୍କୁ ଟିକା ସହାୟତା ଅଭିଯାନ । ଅନ୍ୟଟି ହେଉଛି ସିଧାସଳଖ ପଡ଼ୋଶୀ ଓ ସହଯୋଗୀ ଦେଶଙ୍କୁ ଟିକା ଯୋଗାଇବ ଆମେରିକା । ଆମେରିକାକୁ ଭାରତର ରାଷ୍ଟ୍ରଦୂତ କହିଛନ୍ତି ଯେ, ଭାରତ ଉଭୟ ବର୍ଗରେ ସ୍ଥାନ ପାଇବ ଏବଂ ଟିକା ପାଇବ ।
ଭାରତରେ ଟିକାର ଅଭାବ ଯୋଗୁଁ ଟିକାକରଣ ଧୀର ଗତିରେ ଚାଲିଛି । ଦେଶରେ ଏବେ ଦୁଇ ପ୍ରକାର ଟିକା କୋଭିସିଲଡ୍ ଓ କୋଭାକସିନ ଦିଆଯାଉଥିବା ବେଳେ ବିଦେଶରୁ ଟିକା ଆଣିବାକୁ ପ୍ରୟାସ କରାଯାଉଛି । ଫାଇଜର, ମଡେର୍ଣ୍ଣା ସହ ଆଲୋଚନା କରୁଛନ୍ତି କେନ୍ଦ୍ର ସରକାର । ଏହାସହ ରୁଷ୍ ଟିକା ସ୍ପୁଟନିକ-ଭି ମଧ୍ୟ ଅଣାଯାଉଛି । ଗୁରୁବାର ଆମେରିକା ଉପରାଷ୍ଟ୍ରପତି କମଳା ହାରିସଙ୍କ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି କଥାବାର୍ତା ବେଳେ ଟିକା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।