ଚୀନକୁ ଭାରତ ଦେବ କଡା ଟକ୍କର ! ସୀମା ସୁରକ୍ଷା ପାଇଁ ଋଷିଆରୁ କିଣିବ ଦୂରଗାମୀ ଏସ-୪୦୦ ଟ୍ରିୟମ୍ଫ କ୍ଷେପଣାସ୍ତ୍ର ପ୍ରଣାଳୀ ।

31

ଦେଶର ବାୟୁସେନାକୁ ସଶକ୍ତ କରିବା ସହ ଦୀର୍ଘ ୪,୦୦୦ କିଲୋମିଟର ବ୍ୟାପି ଭାରତ- ଚୀନ୍ ସୀମାନ୍ତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଦୂରଗାମୀ (ଲଙ୍ଗରେଞ୍ଜ) ଏସ-୪୦୦ ଟ୍ରିୟମ୍ଫ କ୍ଷେପଣାସ୍ତ୍ର ପ୍ରଣାଳୀ (ମିସାଇଲ୍ ସିଷ୍ଟମ)କୁ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସାମିଲ କରିବା ପାଇଁ ଯାଉଛି । ଋଷିଆରୁ ୪୦,୦୦୦ କୋଟି ଟଙ୍କା ବିନିମୟରେ ଭାରତୀୟ ବାୟୁସେନା ପାଇଁ ଏହି ଏୟାର ଡିଫେନ୍ସ ମିସାଇଲ୍ ସିଷ୍ଟମ ଆମଦାନି କରିବାକୁ ଭାରତ ସମସ୍ତ ପ୍ରକାର ଆଲୋଚନା ଶେଷ କରିଛି ବୋଲି ଭାରତୀୟ ବାୟୁସେନାର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି । ଆସନ୍ତା ଅକ୍ଟୋବର ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ମଧ୍ୟରେ ହେବାକୁ ଥିବା ଶିଖର ବୈଠକରେ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ଜଣାପଡିଛି ।

s-400 misael

ଦୀର୍ଘ ୪,୦୦୦ କିଲୋମିଟର ବ୍ୟାପି ଭାରତ-ଚୀନ୍ ସୀମାନ୍ତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଦୂରଗାମୀ (ଲଙ୍ଗରେଞ୍ଜ) ଏସ-୪୦୦ ଟ୍ରିୟମ୍ଫ କ୍ଷେପଣାସ୍ତ୍ର ପ୍ରଣାଳୀକୁ ଭାରତୀୟ ବାୟୁସେନାରେ ସାମିଲ କରିବା ପାଇଁ ଭାରତ ଦୀର୍ଘ ଦିନରୁ ଲକ୍ଷ୍ୟ ରଖିଛି । ଏହି ଉଦ୍ଦେଶ୍ୟରେ ବିଗତ ୨୦୧୬ରେ ଭାରତ ଓ ଋଷିଆ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏସ-୪୦୦ ଟ୍ରିୟମ୍ଫ କ୍ଷେପଣାସ୍ତ୍ର ପ୍ରଣାଳୀ ହେଉଛି ଋଷିଆର ସର୍ବାଧୁନିକ କ୍ଷେପଣାସ୍ତ୍ର ପ୍ରଣାଳୀ। ଏଥିରେ ଭୂପୃଷ୍ଠରୁ ଆକାଶମାର୍ଗକୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ପାରିବ । ଏବଂ ଭୂପୃଷ୍ଠରୁ ୪୦୦ କିଲୋମିଟର ଉଚ୍ଚତାରେ ଉଡ଼ୁଥିବା ଶତ୍ରୁପକ୍ଷର ଲଢ଼ୁଆ ବିମାନକୁ ଏହା ସଫଳତା ପୂର୍ବକ ଧ୍ୱଂସ କରିପାରିବ ।