କନକ ବ୍ୟୁରୋ: ଭାରତୀୟ ନୈାସେନା ନିଜର ବଳ ବଢ଼ାଇବା ପାଇଁ ଫ୍ରାନ୍ସରୁ କିଣିବ ୨୬ଟି ରାଫେଲ ମେରାଇନ ବିମାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତ ପୂର୍ବରୁ ଡ଼ିଏସି ବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଏପରି ନିଷ୍ପତି ନେଇଛି । ୨୬ଟି ରାଫେଲ ମେରାଇନ ସହ ଫ୍ରାନ୍ସ ଠାରୁ ତିନୋଟି ସ୍କ୍ରପିନ ଶ୍ରେଣୀର ପାରମ୍ପରିକ ବୁଡ଼ାଜାହାଜ କିଣିବାକୁ ଯୋଜନା କରାଯାଇଛି । ପ୍ରସ୍ତାବ ଅନୁସାରେ, ଭାରତୀୟ ନୈାସେନାକୁ ଚାରିଟି ପ୍ରଶିକ୍ଷିତ ବିମାନ ସହ ୨୨ଟି ସିଙ୍ଗଲ ସିଟେଡ ରାଫେଲ ମେରାଇନ ମିଳିବ । ତେବେ ଏହି ନିଷ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୪ରୁ ୧୬ ମଧ୍ୟରେ ଫ୍ରାନ୍ସ ଯିବା ସମୟରେ ଘୋଷଣା କରାଯାଇପାରେ ବୋଲି ଆଶା କରାଯାଇଛି । ତେବେ ଏହି ଚୁକ୍ତି ପାଖାପାଖି ୯୦ ହଜାର କୋଟିର ବୋଲି କୁହାଯାଇଛି ।