କରୋନା ଟିକା ଆଣିବ ଭାରତ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଯଦି ସବୁକିଛି ଠିକଠାକ୍ ଚାଲେ ; ୨୦୨୦ ଶେଷ ଆଡକୁ ଆସିଯିବ ଭାକସିନ

215

କନକ ବୁରୋ : ଯଦି ସବୁ କିଛି ଠିକଠାକ ଚାଲେ ତେବେ ଏହିବର୍ଷ ଶେଷ ଆଡକୁ ଭାରତ ଆଣିବ କରୋନା ଟିକା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି । ୩ଟି କୋଭିଡ ୧୯ ଟିକା ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ରହିଛି । ଏହା ମଧ୍ୟରେ ରହିଛି ୨ଟି ସ୍ୱଦେଶୀ । ଭାରତ ବାୟୋକେଟ- ଆଇସିଏମଆର ଏବଂ ଜାଇଡସ କାଡିଲା, ଏହି ଦୁଇଟି ସ୍ୱଦେଶି କମ୍ପାନି କରୋନା ଟିକା ପ୍ରସ୍ତୁତିର ପ୍ରକ୍ରିୟାରେ ଅଛନ୍ତି । ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି । ଏବେ ଏହା ପରୀକ୍ଷଣର ଫେଜ-୨ ବା ଦ୍ୱିତୀୟ ପର୍ଯ୍ୟାୟରେ ପହଂଚିଛି । ଭାରତର ସେରମ ଇନଷ୍ଟିଚ୍ୟୁଟ ଆଷ୍ଟ୍ରାଜେନେକା ସହିତ ମିଶି କୋଭିଡ-୧୯ ଟିକା ପ୍ରସ୍ତୁତ କରୁଛି ।

ଆସନ୍ତା ସପ୍ତାହରେ ଏହାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ହେବାକୁ ଯାଉଛି । ତେଣୁ ଯଦି ସବୁକିିଛି ଠିକଠାକ ଚାଲେ ଏହି ବର୍ଷ ଶେଷ ଆଡକୁ ଭାରତ ଟିକା ଆଣିବ ବୋଲି ଟୁଇଟ କରି କହିଛନ୍ତି ହର୍ଷବର୍ଦ୍ଧନ ।