ଡିସେମ୍ବର ୨୨ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ। ୫ରୁ ଅନଲାଇନ ଓ ୧୯ରୁ କାଉଣ୍ଟରରେ ଉପଲବ୍ଧ ହେବ ଟିକେଟ୍‌ । ଷ୍ଟାଡିୟମ ଭିତରକୁ ପାଣି ବୋତଲ ମନା

1,394

କନକ ବ୍ୟୁରୋ: ଡିସେମ୍ବର ୨୨ରେ ଭାରତ- ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ଆସନ୍ତା ୫ ତାରିଖରୁ ଆରମ୍ଭ ହେବ ଅନଲାଇନରେ ଟିକେଟ ବିକ୍ରି । ସେହିପରି ଆସନ୍ତା ୧୯ରୁ ଅଫଲାଇନରେ କାଉଣ୍ଟରରେ ଟିକେଟ ଉପଲବ୍ଧ ହେବ । ତେବେ ମ୍ୟାଚର ଦୁଇ ଦିନ ପୂର୍ବରୁ ଉଭୟ ଦଳ ସିଧାସଳଖ ବିଶାଖପାଟଣାମରୁ ଭୂବନେଶ୍ୱର ଆସିବେ । ବାରବାଟୀର ଦିନିକିଆ ସରିବା ପରେ ସିଧାସଳଖ ମୁମ୍ବାଇ ଯିବେ ଉଭୟ ଦଳ । ଆଜି ଓସିଏ ଓ କମିସନରେଟ ପୁଲିସ ମଧ୍ୟରେ ଏକ ମିଳିତ ବୈଠକ ବସିଥିଲା । ଯେଉଁଥିରେ ମ୍ୟାଚ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି ।

ଅନ୍ୟପକ୍ଷରେ ଷ୍ଟାଡିୟମ ଭିରତକୁ ପାଣି ବୋତଲ ସଂପୂର୍ଣ୍ଣ ମନା ହୋଇଛି । ସେହିପରି ହେଲମେଟ, ବୈଦ୍ୟୁତି ଉପକରଣ କାଚ , ବାଣ , ଦର୍ପଣକୁ ବାରଣ କରାଯାଇଛ । ପ୍ରତି ଗ୍ୟାଲେରୀରେ ଫୁଲ୍ ନେଟିଂ କରାଯିବ । ଫଳରେ ଗ୍ୟାଲେରୀରୁ ପଡିଆ ମଧ୍ୟକୁ କିଛି ଆସିବ ନାହିଁ । ସେହିପରି ସୁରକ୍ଷା ଦୃଷ୍ଟିରୁ ପ୍ରତି ଗ୍ୟାଲେରୀରେ ସିସିଟିଭିର ବ୍ୟବସ୍ଥା ମଧ୍ୟ ରହିଛି । ଆମ୍ବୁଲାନ୍ସ ଓ ଡାକ୍ତର ଦଳ ନିୟୋଜିତ ମଧ୍ୟ ହେବେ । ଏଥିସହିତ କାଉଣ୍ଟର ଟିକେଟ୍ ବିକ୍ରି ବେଳେ ମଧ୍ୟ ସଶସ୍ତ୍ର ପୁଲିସ୍ ମୁତୟନ ହେବେ । କୁଇକରେସପନ୍ସ ଟିମ୍, ଓଡ୍ରାଫ୍, ସଶସ୍ତ୍ର ପୁଲିସ୍, ବୋମା ନିଷ୍କ୍ରିୟକାରୀ ଦଳ ପ୍ରମୁଖ ଖେଳାଳିଙ୍କ ସୁରକ୍ଷାରେ ରହିବେ । ବିମାନବନ୍ଦରରୁ ହୋଟେଲ୍ ଏବଂ ଷ୍ଟାଡିୟମ ପର୍ଯ୍ୟନ୍ତ ସମସ୍ତ ଯାତାୟତ ବେଳେ ଖେଳାଳି ଓ ମ୍ୟାଚ୍ ପରିଚାଳନା ଅଧିକାରୀଙ୍କୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ ବୋଲି କମିସନର କହିଛନ୍ତି ।