କନକ ବ୍ୟୁରୋ: ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ଦ୍ୱିତୀୟ ତଥା ଶେଷ ମୁକାବିଲା । ପ୍ରଥମ ଟେଷ୍ଟରେ ଭାରତ ଇନିଂସ ବିଜୟ ସହ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଟେଷ୍ଟରେ ଭାରତ ଘରୋଇ ଦଳ ଉପରେ ସମାନ ଆଧିପତ୍ୟ ଜାରି ରଖିବାକୁ ପ୍ରୟାସ କରିବ । ପ୍ରଥମ ଟେଷ୍ଟ ହାରି ଥିବାରୁ ଘରୋଇ ଦଳ ପାଇଁ ଏହା କର ବା ମର ସ୍ଥିତି । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଅଧିନରେ ଏହି ସିରିଜ୍ ରହିଥିବାରୁ ଘରୋଇ ଦଳ ପଏଂଟ ଖାତା ଖୋଲିବାକୁ ଚେଷ୍ଟା କରିବ । ଭାରତ-ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଏହା ହେଉଛି ୧୦୦ ତମ ଟେଷ୍ଟ । ୧୯୮୪ ମସିହାରେ ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍ ଆରମ୍ଭ ହୋଇଥିଲା । ନୂଆଦିଲ୍ଲୀ ସ୍ଥିତ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିଲା ପ୍ରଥମ ଟେଷ୍ଟ । ଏହା ମଧ୍ୟରେ ୭୫ ବର୍ଷ ବିତିଯାଇଛି । କ୍ରିକେଟ୍ ଦୁନିଆରେ ସବୁଠାରୁ ଦୁର୍ଦ୍ଦର୍ଷ ଦଳ କୁହାଯାଉଥିବା ୱେଷ୍ଟ ଇଣ୍ଡିଜ୍ ଦଳ ଗତ ୨୧ ବର୍ଷ ମଧ୍ୟରେ ଭାରତ ବିପକ୍ଷରେ ଗୋଟିଏ ହେଲେ ଟେଷ୍ଟ ଜିତିପାରିନାହିଁ ।