ଗବେଷଣାରୁ ବଡ ଖୁଲାସା । ଆଗାମୀ ବର୍ଷଗୁଡିକରେ ଅସହ୍ୟ ହେବ ସୂର୍ଯ୍ୟଙ୍କ ଉତ୍ତାପ

1,336

କନକ ବ୍ୟୁରୋ : ପ୍ରତ୍ୟେକ ବର୍ଷ ଭାରତରେ ବରଫପାତ ଡିସେମ୍ବର ମାସରେ ହୋଇଥାଏ । କିନ୍ତୁ ଏଥର ସେମିତି ହୋଇନଥିଲା । ବରଂ ଯେଉଁ ସମୟରେ ବରଫପାତ ହେବା କଥା ସେହି ସମୟରେ ନହୋଇ ଜାନୁଆରୀ ମାସର ଶେଷ ସପ୍ତାହରେ ବରଫ ପାତ ଦେଖିବା ପାଇଁ ମିଳିଥିଲା । ଏହା ହେବାର କାରଣ ହେଉଛି ଦେଶରେ ବଢୁଥିବା ତାପମାତ୍ରା । ଏହା ବିଷୟରେଏକ ନୂତନ ଅଧ୍ୟୟନ ମଧ୍ୟ ବାହାରିଛି ଯେଉଁଥିରେ କୁହାଯାଇଛି ଯେ ଏହି ତାପମାତ୍ରା ୨ଡିଗ୍ରୀ ସେଲସିୟସର ପାଖାପାଖି ପହଁଚିଛି ।

ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର ଜିଓକେମିଷ୍ଟ ମଲକମ୍ ମ୍ୟାକଲୁଲୋଚ୍ କହିଛନ୍ତି ଯେ, ଆମ ସମସ୍ତଙ୍କର ଜାଗ୍ରତ ହେବାର ସମୟ ଆସିଛି । ତାପମାତ୍ରାରେ କେତେ ପାର୍ଥକ୍ୟ ଅଛି ତାହା ସ୍ପଷ୍ଟ ଭାବରେ ଦେଖାଯାଇପାରେ । ବିଶ୍ୱର ଅନେକ ଦେଶମାନଙ୍କର ଦାବିଥିଲା କି ୨୦୫୦ ସୁଦ୍ଧା ତାପମାତ୍ରା କୁ ୧.୫ ଡିଗ୍ରୀ ସେଲସିୟସ ହ୍ରାସ କରିବେ, ଯାହା ବର୍ତ୍ତମାନ ଆଉ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ସମଗ୍ର ବିଶ୍ୱରେ ଘଟୁଥିବା ସମସ୍ତ ପାଣିପାଗ ବିପର୍ଯ୍ୟୟର କାରଣ ହେଉଛି ବଢୁଥିବା ତାପମାତ୍ରା । ଏହି କାରଣ ପାଇଁ ବେଳେବେଳେ ବନ୍ୟା ଏବଂ ଝଡ ମଧ୍ୟ ଆସିଯାଇଥାଏ  । ଆସୁଥିବା ଆଗାମୀ ସମୟ ଅଧିକ ବିପଜ୍ଜନକ ହେବାକୁ ଯାଉଛି । କାରଣ ସମୟ ମଧ୍ୟରେ ସମସ୍ତ ଶୁଖିଲା ଅଂଚଳରେ ରହିବାକୁ ବାଧ୍ୟ ହେବେ ଏବଂ ଅତ୍ୟଧିକ ଉତ୍ତାପ ରହିବ ।

ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭରସିଟିର ଜଳବାୟୁର ବୈଜ୍ଞାନିକ ଜର୍ଜି ଫାଲଷ୍ଟର ଏକ ଅଧ୍ୟୟନ ବିଷୟରେ କହିଥିଲେ ଯେ ୧୮୬୦ ମସିହାରୁ ମଣିଷ ମାନଙ୍କ କାରଣରୁ ବିଶ୍ୱରେ ତାପମାତ୍ରା ବୃ୍ଦ୍ଧି ପାଇବାରେ ଲାଗିଛି ।

ଅଧ୍ୟୟନରେ କୁହାଯାଇଛି କି ୧୦ ବର୍ଷ ପୂର୍ବରୁ ହିଁ ମଣିଷମାନେ ୧.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସ୍ଥର ହାସଲ କରିଛନ୍ତି । ଯାହା ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର । ଜିଓର୍ଗିଙ୍କ ଅନୁସାରେ, ଯେତେବେଳେ ପ୍ୟାରିସ୍ ଚୁକ୍ତିନାମା ୨୦୧୫ ରେ ସ୍ୱାକ୍ଷରିତ ହୋଇଥିଲା, ସେତେବେଳେ ୧.୫ ଡିଗ୍ରୀ ସେଲସିୟସ ଅତିକ୍ରମ ହୋଇସାରିଥିଲା ।