ନିର୍ବାଚନୀ ଘୋଷଣା ପତ୍ରରେ ସ୍ଥାନ ପାଉନି ଜନତାଙ୍କ ଦୁଃଖ । ଦେଶର ୩୫ କୋଟି ଲୋକଙ୍କ ଦୁର୍ଦ୍ଦଶାକୁ ଅଣଦେଖା

75

କନକ ବ୍ୟୁରୋ : ଭାରତରେ ଏବେ ଦେଖା ଦେଉଛି ଘୋର ଜଳ ସଂକଟ । ସାଧାରଣ ଲୋକ ମାନଙ୍କୁ ଟ୍ୟାଙ୍କରରୁ ପାଣି ଆଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରିବାକୁ ପଡ଼ୁଛି । ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ବର୍ଷାର ଅଭାବ ଓ ମରୁଡ଼ି ଜନିତ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଲୋକମାନେ ମନ ଇଚ୍ଛା ଜଳ ଅପଚୟ କରୁଥିବାରୁ କ୍ରମଶଃ ଜଳ ସ୍ଥର ମଧ୍ୟ କମିବାରେ ଲାଗିଛି । ଖାସ କରି ଗରମ ଦିନ ପାଣିକୁ ନେଇ କସରତ ଆରମ୍ଭ ହୋଇ ଯାଉଛି । ବିଶ୍ୱର ସମ୍ପୁର୍ଣ୍ଣ ଜନସଂଖ୍ୟାର ୧୭ ପ୍ରତିଶତ ଭାରତରେ ରହୁଥିବା ବେଳେ ପିଇବା ପାଇଁଁ କେବଳ ୪ ପ୍ରତିଶତ ମଧୁର ଜଳ ରହିଛି । ତେବେ ୧୪୦ କୋଟି ଜନତା ବିଶିଷ୍ଟ ଏହି ଦଶର ପ୍ରାୟ ୩୫ କୋଟି ଲୋକ ଏବେ ମଧ୍ୟ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି । ଏ କଥା ଆମେ ନୁହେଁ ଦେଶରେ ଚାଲିଥିବା ଉକ୍ରଟ ଜଳ ସମସ୍ୟା କହୁଛି । ପେରିକି ଦେଶର ଥିଙ୍କ୍ ଟ୍ୟାଙ୍କ୍ ନିତି ଆୟୋଗ ମଧ୍ୟ ନିଜ ରିପୋର୍ଟରେ ଏହା ଜଣାଇ ସାରିଲାଣି ।

କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାକି ଭାରତର ବଡ଼ ବଡ ନେତା ସ୍ୱଚ୍ଛ ପାନୀୟ ଜଳର ଅଭାବ ପ୍ରସଂଗକୁ କେବେ ଗମ୍ଭୀରତାର ସହ ନେଉ ନାହାନ୍ତି । ଏପରିକି ନଜ ନିର୍ବାଚନୀ ଘୋଷଣା ପତ୍ରରେ ମଧ୍ୟ ଏହାକୁ ଅଗ୍ରାଧିକାର ଦେବା ଜରୁରୀ ଭାବୁ ନାହାନ୍ତି ।

ସୂଚନା ପ୍ରଯୁକ୍ତିର ପେଣ୍ଠ ସ୍ଥଳ ବେଙ୍ଗାଲୁରୁ ଭଳି ରାଜ୍ୟରେ ବର୍ତମାନ ଯେଉଁ ଭଳି ଭାବେ ଜଳ ସଂକଟ ଦେଖା ଦେଉଛି ତାହା ଚିନ୍ତାର ବିଷୟ । ସେ ଶିଳ୍ପ ପ୍ରଧାନ ରାଜ୍ୟ ହେଉ କିମ୍ବା କୃଷି ପ୍ରଧାନ ରାଜ୍ୟ, ବିଳମ୍ବିତ ମୌସୁମୀ ଜଳ ସଂକଟ ବଢାଇବାରେ ଲାଗିଛି । ଗତ ବର୍ଷ ଅଗଷ୍ଟ ମାସର ଶୁଷ୍କତା ଗତ ୧୦୦ ବର୍ଷ ଭିତରେ ସବୁଠାରୁ ଶୁଷ୍କ ଅଗଷ୍ଟ ଭାବେ ରେକର୍ଡ ଭାଙ୍ଗିଛି ।

କାବେରୀ ନଦୀର ଉପର ମୁଣ୍ଡରେ କମ ବର୍ଷା ହେତୁ ଏଥର ବେଙ୍ଗାଲୁରୁବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଖାଲି ଏତିକି ନୁହେଁ ଅଧିିକ ଜଳ ଆବଶ୍ୟକ ହେଉଥିବା ଧାନ ଓ ଆଖୁ ଭଳି ଫସଲର ଅଧିକ ଉତ୍ପାଦନ ମଧ୍ୟ ଅନେକ ମାତ୍ରାରେ ଭୁତଳ ଜଳର ବ୍ୟବହାର କରିଥାଏ ।

ଏଣୁ ରାଜନୈତିକ ଦଳ ଗୁଡିକୁ ଦେଶର ଜଳାଭାବ ଦୂର କରିବା ପାଇଁ ଉପଯୁକ୍ତ ସମୟରେ ଆବଶ୍ୟକ ପଦକ୍ଷେପ ନେବା ଓ ସୀମିତ ଜଳର ସଦୁପଯୋଗ ପାଇଁ ଲୋକଙ୍କୁ ସଚେତନ କରିବା ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ବର୍ତମାନ ସମୟ କେବଳ ନିର୍ବାଚନର ହୋଇଥାଇ ପାରେ । ପ୍ରତିଶୃତି ଦେଇ ରାଜନେତା ହୁଏତ ନିଜ କଥା ଭୁଲି ଯାଇ ପାରନ୍ତି କିିନ୍ତୁ ପରିବେଶ ନଷ୍ଟ ବିଷୟକୁ ଭୁଲିଗଲେ କିମ୍ବା ଅଣ ଦେଖା କରି ବସିଗଲେ ଅତୀତରେ ଆମ ସଭିଁଙ୍କୁ ଏହାର କୁପରିଣତି ଭୋଗ କରିବାକୁ ପଡିବ ।