ଚୀନକୁ ଭାରତର ଚେତାବନୀ । କାଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେବା ବେଜିଂର ନାହିଁ ଅଧିକାର, କଡା ଭାଷାରେ ଚୀନକୁ ଚେତାଇଲା ଭାରତ

Advertisment
ଚୀନକୁ ଭାରତର ଚେତାବନୀ । କାଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେବା ବେଜିଂର ନାହିଁ ଅଧିକାର, କଡା ଭାଷାରେ ଚୀନକୁ ଚେତାଇଲା ଭାରତ

jagranjosh.com

ଲଦାଖ୍‌ ଏବଂ ଜମ୍ମୁ କାଶ୍ମୀର ନେଇ ଚୀନ୍‌ ଅଯଥା ବୟାନବାଜି କରୁଛି ଏବଂ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବା ଅଧିକାର ଚୀନ୍‌ର ନାହିଁ ବୋଲି ଭାରତ ଆଜି ଚେତାଇ ଦେଇଛି । ଲଦାଖ୍‌ରେ ଯେଉଁ ନିର୍ମାଣ ଚାଲିଛି ଏବଂ ପ୍ରକଳ୍ପ ସବୁ ଜାରି ରହିଛି ତାହା ସଂପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ଏଥିରୁ ଚୀନ୍‌ ଦୂରେଇ ରହିବା ସବୁ ଦିଗରୁ ଶ୍ରେୟସ୍କର ବୋଲି ଭାରତ କହିଛି । ଭାରତର ଆଭ୍ୟନ୍ତରୀଣ ମାମଲରେ କୌଣସି ମନ୍ତବ୍ୟ ଦେବା ଅଧିକାର ଚୀନ୍‌ର ନଥିବାରୁ ଏ ବାବଦରେ ଚୀନ୍‌ର କୌଣସି କଥା ଗ୍ରହଣୀୟ ନୁହେଁ ବୋଲି ମଧ୍ୟ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ।

ଭାରତର ଆଭ୍ୟନ୍ତରୀଣ ମାମଲାରେ ଅନ୍ୟ ରାଷ୍ଟ୍ରମାନେ କୌଣସି ମନ୍ତବ୍ୟ ଦେବେ ନାହିଁ ଏବଂ ସେମାନେ ଅନ୍ୟଠାରୁ ଯେଭଳି ବ୍ୟବହାର ଆଶା କରୁଛନ୍ତି ସେଭଳି ବ୍ୟବହାର ନିଜେ ଦେଖାଇବାକୁ ହେବ ବୋଲି ଆଜି ଭାରତ କହିଛି। ସୂଚନାଯୋଗ୍ୟ, ମେ’ ପ୍ରଥମ ସପ୍ତାହରୁ ପୂର୍ବ ଲଦାଖ୍‌ ଏଲ୍‌ଏସି ଅଂଚଳରେ ଚୀନ୍‌ର ଅତିକ୍ରମଣକୁ ନେଇ ଉତ୍ତେଜନା ବଢ଼ିଛି ଏବଂ ଚୀନ୍‌ ପ୍ରାୟ ୬୦ ହଜାର ସୈନିକ ମୁତୟନ କରିଛି । ଚୀନ୍‌ ଲଦାଖ୍‌ ଏବଂ କାଶ୍ମୀର ପ୍ରସଙ୍ଗରେ ଲଗାତାର ଭାରତ ବିରୋଧୀ ‌ବୟାନ ଦେଇଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe