ଚୀନକୁ ମୋଦିଙ୍କୁ ଚରମବାଣୀ : ଭାରତ ସବୁବେଳେ ଶାନ୍ତି ଓ ବନ୍ଧୁତ୍ୱ ଚାହେଁ । ଆମର ଇଞ୍ଚେ ଜାଗା ଉପରେ ବି କେହି ଆଖି ଉଠେଇ ଦେଖିପାରିବେନି, ସୁରକ୍ଷା ପାଇଁ ଆମ ସେନା ସବୁବେଳେ ପ୍ରସ୍ତୁତ ।

2,239

କନକ ବ୍ୟୁରୋ: ଚୀନକୁ ମୋଦିଙ୍କୁ ଚରମବାଣୀ । ସୀମା ବିବାଦକୁ ନେଇ ସର୍ବଦଳୀୟ ବୈଠକ ଶେଷ ପରେ ପ୍ରଧାନମନ୍ତ୍ରୀ କହିଲେ, ଆମର କୌଣସି ପୋଷ୍ଟ କାହା କବଜାରେ ନାହିଁ । ଆମର ଗୋଟିଏ ବି ଇଞ୍ଚ ଜାଗାକୁ କେହି ଆଖି ଉଠେଇ ଦେଖିପାରିବେ ନାହିଁ । ଦେଶ ସୁରକ୍ଷା ପାଇଁ ସେନା ସବୁ କିଛି କରିପାରେ ଏବଂ ତାଙ୍କୁ ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି ବୋଲି ସାରା ବିଶ୍ୱକୁ ଶୁଣାଇ ଦେଇଛନ୍ତି ।

ତେବେ ଭାରତ-ଚୀନ ସୀମାରେ ହୋଇଥିବା ଗତିବିଧି ନେଇ ପର୍ଯ୍ୟାୟ କ୍ରମେ ସୂଚନା ମିଳୁଛି । କିନ୍ତୁ ସବୁବେଳେ ଆମ ସେନା ପଛରେ ଦେଶବାସୀ ଚଟାଣ ପରି ଛିଡ଼ା ହୋଇଛନ୍ତି । ଆମ ବୀର ଯବାନଙ୍କ ବଳିଦାନ ଦେଶବାସୀଙ୍କୁ ମନେ ରହିବ । ଦେଶକୁ ଯେବେ ଯେବେ ସଂକଟ ଆସିଛି ଆମ ସେନା ସବୁକ୍ଷେତ୍ରରେ ସକ୍ଷମ । ସୀମାରେ ଚୀନର କାର୍ଯ୍ୟକଳାପ ନେଇ ଦେଶବାସୀଙ୍କ ମନରେ ଆକ୍ରୋଶ ଦେଖିବାକୁ ମିଳୁଛି ।

ସେପଟେ ଆମ ସୀମାରେ କେହି ଅନୁପ୍ରବେଶ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଦେଶମାତ୍ରୁକା ସୁରକ୍ଷା ପାଇଁ ସେନାକୁ ଉଚିତ୍ ପଦକ୍ଷେପ ନେବାକୁ ସ୍ୱାଧିନତା ଦିଆଯାଇଛି । ଚୀନକୁ ସ୍ପଷ୍ଟ ଭାଷାରେ ଆମର ଆଭିମୁଖ୍ୟ ଜଣାଇ ଦିଆଯାଇଛି । ଆଉ ଭାରତ ସବୁବେଳେ ଶାନ୍ତି ଓ ବନ୍ଧୁତ୍ୱ ଚାହେଁ କିନ୍ତୁ ଦେଶର ସାର୍ବଭୌମତ୍ୱ ସର୍ବୋପରି । କେହି ଆଖି ଉଠାଇ ଦେଖିପାରିବେ ନାହିଁ ।