ହାଇଦ୍ରାବାଦ ନିର୍ଭୟାର ନ୍ୟାୟ ପାଇଁ ଏକଜୁଟ ହେଉଛି ଦେଶ । ସୋସିଆଲ ମିଡିଆରୁ ସଡକ ସବୁଠି ଆକ୍ରୋଶର ସ୍ୱର, ଦିଲ୍ଲୀରୁ ହାଇଦ୍ରାବାଦ ଯାଏଁ ରାସ୍ତାକୁ ଓହ୍ଲାଇଲେ ଜନତା । ଅଭିଯୁକ୍ତଙ୍କୁ ଜିଅନ୍ତା ଜାଳିଦେବାକୁ ଦାବି କଲେ ପୀଡିତାଙ୍କ ମାଆ ।

554

କନକ ବ୍ୟୁରୋ : ନ୍ୟାୟ ଦାବିରେ ହାଇଦ୍ରାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ଧାରଣା । ପୁଣିଥରେ ହାଇଦ୍ରାବାଦର ନିର୍ଭୟା ପାଇଁ ରାଜରାସ୍ତାରେ ଏକାଠି ହୋଇ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଜନତା । ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ଦେବା ଦାବିରେ ହାତରେ ଫ୍ଲାକାର୍ଡ଼, ବ୍ୟାନର ଧରି ବିକ୍ଷୋଭ କରିଛନ୍ତି ଜନତା । ସେପଟେ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡ ଦାବିରେ ଦିଲ୍ଲୀ ସଂସଦ ମାର୍ଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି । ସାରା ଦେଶରେ ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ନିଆଁ ଜଳାଇ ଦେଇଛି । ଅଭିଯୁକ୍ତଙ୍କୁ ଜୀଅନ୍ତା ଜାଳିଦେବାକୁ ଦାବି କଲେ ପୀଡିତାଙ୍କ ମାଆ ।

ସୋସିଆଲ ମିଡିଆରୁ ସଡ଼କ, ଦିଲ୍ଲୀରୁ ହାଇଦ୍ରାବାଦ, ସବୁଠି ବିକ୍ଷୋଭ ଓ ପ୍ରତିବାଦ । ପୁଣି ରାଜରାସ୍ତାକୁ ଫେରିଛି ନିର୍ଭୟା ବେଳର ଉଦବେଗ । ହାଇଦ୍ରାବାଦରେ ନିର୍ଭୟା ଭଳି ପୈଶାଚିକ କାଣ୍ଡକୁ ନେଇ ତାତି ଉଠିଛନ୍ତି ଲୋକେ । ହାତରେ ପ୍ଲାକାର୍ଡ, ବ୍ୟାନର ଧରି ଦେଶର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଛନ୍ତି ଜନତା । ମୃତ ମହିଳା ଡାକ୍ତରଙ୍କୁ ନ୍ୟାୟ ଓ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଦାବିରେ ଦିଲ୍ଲୀ ସଂସଦ ମାର୍ଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି । ଏପଟେ ତେଲେଙ୍ଗାନାର ବିଭିନ୍ନ ଅଂଚଳରେ ବିକ୍ଷୋଭ, ଧାରଣା ଦେଖିବାକୁ ମିଳିଛି ।

ହାଇଦ୍ରାବାଦର ସାଦନଗର ପୁଲିସ ଷ୍ଟେସନ ଆଗରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ଜାତୀୟ ମହିଳା କମିସନଙ୍କ ସଦସ୍ୟା ପୀଡିତାଙ୍କ ପରିବାରକୁ ଭେଟି ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ସେପଟେ ମୃତ ମହିଳା ଡାକ୍ତରଙ୍କ ମାଆ ଦୁଷ୍କର୍ମକାରୀଙ୍କୁ ସମସ୍ତଙ୍କ ସାମ୍ନାରେ ଜୀଅନ୍ତା ଜାଳି ଦେବାକୁ ସରକାରଙ୍କୁ ଅପିଲ କରିଛନ୍ତି । ଅନ୍ୟପଟେ ମୁହଁରେ କଳାକନା ବାନ୍ଧି ନିରବ ବିକ୍ଷୋଭ କରିଛନ୍ତି ତେଲେଙ୍ଗାନା ବିଜେପିକର୍ମୀ ।

ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି । ସଡକରୁ ସଂସଦ ମାର୍ଗ, ସୋସିଆଲ ମିଡିଆ ସବୁଠି ହାଇଦ୍ରାବାଦର ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ହତ୍ୟା ଘଟଣାକୁ ନେଇ ଲୋକେ ଆକ୍ରୋଶ ଜାହିର କରୁଛନ୍ତି । ଦୁଷ୍କର୍ମକାରୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି । ଏହି ମାମଲାରେ ୪ ଜଣକୁ ଗିରଫ କରିଛି ପୋଲିସ ।