ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ବଦଳିଲା ସ୍ଥାନ: ବାରବାଟୀରେ ହେବନି ମ୍ୟାଚ…

262

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ମ୍ୟାଚ ଭେନ୍ୟୁରେ ପରିବର୍ତ୍ତନ କରିଛି ବିସିସିଆଇ । ପୂର୍ବ ଭେନ୍ୟୁ ଅନୁସାରେ ବାରବାଟୀରେ ଟି-୨୦ ମ୍ୟାଚ ହେବାର ଥିଲା, ହେଲେ ପରିବର୍ତ୍ତନ ହେବା ପରେ ବାରବାଟୀରୁ ମ୍ୟାଚକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ଅନୁସାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସମସ୍ତ ଦିନିକିଆ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ସେହିପରି ସମସ୍ତ ଟି-୨୦ ମ୍ୟାଚ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ।

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିସିସିଆଇ । ତେବେ ଫେବୃଆରୀ ୬ ତାରିଖରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ସେହିପରି ୧୬ ଫେବୃଆରୀରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ବର୍ତ୍ତମାନ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ମ୍ୟାଚ ଖେଳୁଛି ।