ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଆଜି ଫାଇନାଲ ମୁକାବିଲା । ଫ୍ଲୋରିଡାର ରିଜନାଲ ପାର୍କ ଷ୍ଟାଡିୟମରେ ହେବ ହାଇଭୋଲଟେଜ ମ୍ୟାଚ

406

କନକ ବ୍ୟୁରୋ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବ ଫାଇନାଲ ମୁକାବିଲା । ଟି-୨୦ ସିରିଜରେ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତି ବରାବରରେ ଅଛନ୍ତି । ୫ ମ୍ୟାଚ ବିଶିଷ୍ଟ ଏହି ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ଯେଉଁ ଦଳ ବିଜୟ ହେବ ସେ ସିରିଜ ବିଜୟ ହେବ । ତେଣୁ ଆଜି ନିର୍ଣ୍ଣାୟକ ଲଢେଇ ପାଇଁ ପଡିଆକୁ ଓହ୍ଲାଇବେ ଉଭୟ ଦଳ । ସେପଟେ ଗତକାଲି ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତୀୟ ଦଳ ସିରିଜକୁ ୨-୨ରେ ବରାବର କରିଛି । ଆଜି ଟି-ଟ୍ୱେଂଟି ସିରିଜ ନିର୍ଣ୍ଣାୟକ ଲଢେଇ ମୁକାବିଲା ହେବ । ଶନିବାର ଫ୍ଲୋରିଡାର ସେଂଟ୍ରାଲ ବ୍ରିବାର୍ଡ ରିଜନାଲ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୭୯ରନର ବିଜୟ ଲକ୍ଷ୍ୟ ରଖିଥିଲା ୱେଷ୍ଟଇଣ୍ଡିଜ । ଭାରତୀୟ ଟିମର ବିଜୟର ହିରୋ ଥିଲେ ଦୁଇ ଓପନର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଓ ଯଶସ୍ୱୀ ଜୟସ୍ୱାଲ । ଦୁଇ ଓପନରଙ୍କ ବିସ୍ଫୋରକ ବ୍ୟାଟିଂ କରି ଭାରତକୁ ସହଜ ବିଜୟ ଦେବା ସହ ସିରିଜ ବିଜୟର ଆଶା ଦେଖାଇଛନ୍ତି । ଶୁଭମନ ଗିଲ ଓ ଯଶସ୍ୱୀ ଜୟସ୍ୱାଲ ୧୬ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ୧୬୫ ରନ କରିଥିଲେ । ଗିଲ ୪୭ ବଲରୁ ୭୭ ରନ କରିଥିଲେ । ଯେଉଁଥିରେ ୩ ଚୌକା ଓ ୬ଟି ଦର୍ଶନୀୟ ଛକା ରହିଥିଲା । ସେହିପରି ଯଶସ୍ୱୀ ଜୟସ୍ୱାଲ ୫୧ ବଲରେ ଅପରାଜିତ ୮୪ କରି ଭାରତର ବିଜୟକୁ ସହଜ କରିଦେଇଥିଲେ । ଯଶସ୍ୱୀ ଜୟସ୍ୱାଲ ୧୧ ଚୌକା ଓ ୩ ଛକା ମାରି ୮୪ ରନ ସଂଗ୍ରହ କରି ୱେଷ୍ଟଇଣ୍ଡିଜ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ । ଦୁଇ ବ୍ୟାଟ୍ସମ୍ୟାନ ଆକ୍ର୍ମଣାତ୍ମକ ଖେଳ ଖେଳି ୱେଷ୍ଟଇଣ୍ଡିଜକୁ ସହଜରେ ପରାସ୍ତ ସିରିଜ କବଜାର ବାଟ ଫିଟାଇଛନ୍ତି ।